ସମ୍ବଲପୁର : ଅବସରପ୍ରାପ୍ତ ବରିଷ୍ଠ ସନ୍ତରଣ ପ୍ରଶିକ୍ଷକ ସୁରେନ୍ଦ୍ର ନାୟକ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର ବୈଷୟିକ କମିଟି ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ରବିବାର ଭୁବନେଶ୍ବରର ବିଜୁ ପଟ୍ଟନାୟକ ସନ୍ତରଣାଗାର ପରିସରରେ ଅନୁଷ୍ଠିତ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଶ୍ରୀ ନାୟକଙ୍କୁ କାର୍ଯ୍ୟନିର୍ବାହୀ ପରିଷଦର ନିମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରାଯାଇଛି ବୋଲି ସଭାପତି ପ୍ରଦୀପ ପାଢ଼ୀ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି। ଶ୍ରୀ ନାୟକ ଜଣେ ଅବସରପ୍ରାପ୍ତ ପ୍ରଶିକ୍ଷକ ହେବା ସହ ଜଣେ ସନ୍ତରଣବିତ୍ଭାବେ ରାଜ୍ୟ ଓ ଜାତୀୟ ବରିଷ୍ଠ ପ୍ରତିଯୋଗିତାରେ ଅନେକ ପଦକ ଜିତିଛନ୍ତି।
ସୁରେନ୍ଦ୍ର ନାଏକ ସନ୍ତରଣ ସଂଘ ବୈଷୟିକ କମିଟି ମୁଖ୍ୟ
/sambad/media/post_attachments/wp-content/uploads/2022/12/surendra-naik-swimming.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)