ନୂଆଦିଲ୍ଲୀ : ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ଆୟୋଜନ ହେବାନେଇ ସ୍ପଷ୍ଟ ସୂଚନା ମିଳିଯିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ସୁରେଶ ରାଇନା ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ଋଷବ ପନ୍ତ୍ ଅତି ଉତ୍ଫୁଲିତ ହୋଇପଡ଼ିଛନ୍ତି। ଏଥିପାଇଁ ଆଇପିଏଲ୍ ପୂର୍ବରୁ ଦୁହେଁ ବ୍ୟାଟ୍ କିଣିବା ପାଇଁ ବଜାରକୁ ଯାଇଥିଲେ। ରାଇନା ଓ ପନ୍ତ୍ ସେମାନଙ୍କ ବ୍ୟାଟ୍କୁ ଚୂଡାନ୍ତ କରିବା ପାଇଁ ମିରଟ୍ର ଏସ୍ଜି କ୍ରିକେଟ୍ ଫ୍ୟାକ୍ଟ୍ରିରେ ପହଞ୍ଚି ଯାଇଥିଲେ। ଏହାପରେ ରାଇନା ଏକ କ୍ୟାପ୍ସନ୍ ସହିତ ଏକ ଭିଡିଓ ସେୟାର କରିଥିଲେ। ଲମ୍ବା କ୍ୟାପସନ୍ରେ ଲେଖିଥିଲେ, ବହୁ ପ୍ରତୀକ୍ଷିତ ଆଇପିଏଲ୍ ଋତୁ ପାଇଁ ମୋ ବ୍ୟାଟ୍ ଚୂଡାନ୍ତ କରିବା ଭଳି ପ୍ରଥମ ପାଦ ବଢ଼ାଇଛି। ପଡ଼ିଆକୁ ଫେରିବାକୁ ଆଉ ଅପେକ୍ଷା କରିପାରିବିନି…ଏକ ସୁଖଦ ଆତ୍ମା, ଏକ ସମୟରେ ଏକ ପାଦ @ଋଷବ ପନ୍ତ୍୧୭@ଏସ୍ଜି କ୍ରିକେଟ୍''। ରାଇନା ମଧ୍ୟ ଇନ୍ଷ୍ଟାଗ୍ରାମ୍ରେ ଅନ୍ୟ ଏକ ପୋଷ୍ଟ୍ରେ କ୍ୟାପ୍ସନ୍ ଲେଖିଛନ୍ତି, ''ଆଇପିଏଲ୍ ୨୦୨୦ ସେପ୍ଟେମ୍ବର ୧୯ରୁ ଖେଳାଯିବ ଏବଂ ନଭେମ୍ବର ୮ରେ ଫାଇନାଲ୍ ସୂଚୀ ରହିଛି।''
ଆଇପିଏଲ୍ ପୂର୍ବରୁ ବ୍ୟାଟ୍ କିଣିଲେ ରାଇନା ଓ ପନ୍ତ୍
/sambad/media/post_attachments/wp-content/uploads/2020/07/raina.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)