ସୁରିନ୍ଦର ଜୈନ ସ୍ମାରକୀ‌ ଚେସ୍‌: ହର୍ଷିତ ବିଜେତା

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ଚେସ୍‌ ସଂଘ (ଓସ୍କା) ପକ୍ଷରୁ ଆୟୋଜିତ ସୁରିନ୍ଦର ଜୈନ ସ୍ମାରକୀ ଓପନ୍ ଚେସ୍‌ ପ୍ରତ‌ିଯୋଗିତାରେ କଟକର ହର୍ଷିତ ରଂଜନ ସାହୁ ୯ ରାଉଣ୍ଡରୁ ୮.୫ ପଏଣ୍ଟ୍ ସହ ବିଜେତା ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ହରେନ୍ଦ୍ର ମେକଲା ୭.୫ ପଏଣ୍ଟ ସହ ଉପ ବିଜେତା ହୋଇଥିଳେ। ସତ୍ୟମ ସର୍ବଜିତ୍ ମିଶ୍ର, ଶାନ୍ତନୁ ବରାଳ, ସୌମ୍ୟରଂଜନ ମିଶ୍ର, ପ୍ରିୟାଂଶ ଦାସ, ରିଦ୍ଧେଶ ରୟ, ରବୀନ୍ଦ୍ର କୁମାର ଓଝା, ସଂଜୀବନ ନାୟକ, ବସନ୍ତ ଦାସ, ଜ‌ିତେନ୍ଦ୍ର କୁମାର ଦାସ, ଶ୍ରୀୟାଂଶ ଦାସ ପ୍ରମୁଖ ତୃତୀାୟରୁ ଦ୍ବାଦଶ ସ୍ଥାନରେ ରହିଥିଲେ। ଅକ୍ଷଜ ନାୟକ, ପ୍ରତ୍ୟୁଷ ଦୀକ୍ଷିତ, ଶ୍ରୀହନ ସାବତ, ସ୍ଥିତପ୍ରଜ୍ଞ ସାହୁ, ଏସପିକେ ଅରୁଲ ଆନନ୍ଦ, ସାହାନା ଲେଙ୍କା ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ଇପ୍ପିତା ଶର୍ମା ଓ ଭୀମସେନ ପ୍ରଦାନ ଯଥାକ୍ରମେ ଶ୍ରେଷ୍ଠ ମହିଳା ଓ ଭେଟେରାନ୍‌ ଖେଳାଳି ପୁରସ୍କାର ପାଇଥିଲେ। ରୟାଲଖ ଡ୍ରାଏ ଫ୍ରୁଟ୍ସର ମୁଖ୍ୟ (ବିପଣନ ଓ ବଜାର) ଅମରେଶ ମିଶ୍ର, ନୌସେନା ଅଧିକାରୀ କମାଣ୍ଡର କିମସୁକ୍‌ ରୟ, ଓସ୍କା ସମ୍ପାଦକ ସ୍ମୃତି ରଂଜନ ଦାସ, ଯୁଗ୍ମ ସମ୍ପାଦକ ସୀତେନ୍ଦ୍ର ରାଜଗୁରୁ ପ୍ରମୁଖ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ ଏବଂ ଡେପୁଟି ଆର୍ବିଟର ଦୀପକ କୁମାର ପଲାଇ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର