ସୂର୍ଯ୍ୟ ୨୦୨୨ର ଅଗ୍ରଣୀ ଟ୍ବେଣ୍ଟି-୨୦ ରନ୍‌ ସ୍କୋରର୍‌

ହାଇଦ୍ରାବାଦ: ସୂର୍ଯ୍ୟକୁମାର ଯାଦବ ରବିବାର ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୦୨୨ ରନ୍‌ର ଅଗ୍ରଣୀ ରନ୍‌ ସ୍କୋରର୍‌ ହୋଇଛନ୍ତି। ଏହି ତାରକା ଭାରତୀୟ ବ୍ୟାଟର୍‌ ଅଷ୍ଟ୍ରେଲିଆ ବିପକ୍ଷ ‌ତୃତୀୟ ଟ୍ବେଣ୍ଟି-୨୦ରେ ୩୬ ବଲ୍‌ରୁ ୬୯ ରନ୍‌ ସଂଗ୍ରହ କରି ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏହି ବିସ୍ଫୋରକ ପାଳିରେ ୫ ଲେଖାଏଁ ଚୌକା ଓ ଛକା ଦେଖିବାକୁ ମିଳିଥିଲା ବେଳେ ୧୯୧.୬୭ ଷ୍ଟ୍ରାଇକ୍‌ରେଟ୍‌ରେ ଏହି ରନ୍‌ ସଂଗ୍ରହ କରିଥିଲେ। ଚଳିତ ବର୍ଷ ସୂର୍ଯ୍ୟକୁମାର ୨୦ଟି ଟ୍ବେଣ୍ଟି-୨୦ ଖେଳି ୩୭.୮୮ ହାରାହାରି ଓ ୧୮୨.୮୪ ଷ୍ଟ୍ରାଇକ୍‌ ରେଟ୍‌‌ରେ ୬୮୨ ରନ୍‌ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ୪ ଅର୍ଦ୍ଧଶତକ ରହିଛି। ତାଙ୍କ ପଛକୁ ରହିଛନ୍ତି ନେପାଳର ଦୀପେନ୍ଦ୍ର ସିଂହ ଆଇରି (୬୨୬), ଚେକ୍‌ ଗଣରାଜ୍ୟର ସବାଉନ ଦାଭିଜି (୬୧୨), ପାକିସ୍ତାନର ମହମ୍ମଦ ରିଜୱାନ (୫୫୬) ଏବଂ ୱେଷ୍ଟ୍ଇଣ୍ଡିଜ୍‌ ଅଧିନାୟକ ନିକୋଲାସ ପୂରନ (୫୫୩)। ଆଇସିସି ‌ଟ୍ବେଣ୍ଟି-୨୦ ମାନ୍ୟତାରେ ସଂପ୍ରତି ସୂର୍ଯ୍ୟକୁମାର ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଆଗରେ ଦକ୍ଷିଣ ଆଫ୍ରିକାର ଏଦେନ ମର୍କରାମ ଓ ପାକିସ୍ତାନର ରିଜୱାନ ରହିଛନ୍ତି।

ସମ୍ବନ୍ଧିତ ଖବର