ସୂର୍ଯ୍ୟ, ଅନୁରାଗ ଓଡ଼ିଶାକୁ ଅଗ୍ରଣୀ ଦେଲେ

କଟକ: ଦୁଇ ଦିନରେ ଝଡ଼ିଗଲାଣି ୨୩ ୱିକେଟ୍‌। ସେଥିରୁ ପ୍ରଥମ ଦିନ ୧୩ ଓ ଶୁକ୍ରବାର ଦ୍ବିତୀୟ ଦିବସରେ ୧୦ ୱିକେଟ୍‌ ପତନ ଘଟିଛି। ଫଳସ୍ବରୂପ ପ୍ରଥମ ପାଳିରେ ୧୭୨ ରନ୍‌ କରିଥିବା ଝାଡ଼ଖଣ୍ଡର ଦ୍ବିତୀୟ ପାଳିର ୩ ୱିକେଟ୍‌ ହରାଇ କରିଛି ୧୦୭ ରନ୍‌। ଅନ୍ୟପକ୍ଷରେ ଓଡ଼ିଶା ପ୍ରଥମ ପାଳିରେ ୨୦୧ ରନ୍‌ କରିଛି। ଆଉ ଦୁଇଦିନ ଖେଳ ବାକିଥିବାରୁ ଏହି ମ୍ୟାଚ୍‌ରେ ରୋମାଞ୍ଚ ଦେଖିବାକୁ ମିଳିବ। ଶୁକ୍ରବାର ଅନୁରାଗ ଷଡ଼ଙ୍ଗୀ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଅର୍ଧଶତକୀୟ ପାଳି ବଳରେ ଓଡ଼ିଶା ରାଞ୍ଚିରେ ଚାଲିଥିବା ଘରୋଇ ଝାଡ଼ଖଣ୍ଡ୍‌ ବିପକ୍ଷ ରଣଜୀ ଟ୍ରଫିରେ ପ୍ରଥମ ପାଳିରେ ଅଗ୍ରଣୀ ପାଇଛି। ଦ୍ବିତୀୟ ଦିନର ଖେଳ ଶେଷ ହେବା ବେଳକୁ ଝାଡ଼ଖଣ୍ତ ୩ ଵିକେଟ ବିନିମୟରେ ୧୦୭ ରନ୍‌ କରିଛି। ସୌରଭ ତିଵାରୀ ୨୨ ଓ ଇଶାଙ୍କ ଜାଗୀ ୨୯ ରନ୍‌ରେ ଅପରାଜିତ ଅଛନ୍ତି। କୁମାର ଦେଓବ୍ରତ (୩୭) ଓ ମହମ୍ମଦ ନଜିମ୍‌ (୧୬)ଙ୍କୁ ରାଜେଶ ମହାନ୍ତି ଆଉଟ କରିଥିଲା ବେଳେ ଉତ୍କର୍ଷ ସି˚ହ (୩)ଙ୍କ ଵିକେଟକୁ ଧୀରାଜ ସି˚ହ ନେଇଛନ୍ତି। ଫଳରେ ହାତରେ ୭ ୱିକେଟ୍‌ ଥାଇ ଝାଡ଼ଖଣ୍ଡ୍‌ ୭୮ ରନ୍‌ରେ ଆଗୁଆ ରହିଛି।

ଏହାପୂର୍ବରୁ ପ୍ରଥମ ଦିନ ସ୍କୋର୍‌ ୨୭/୩ରୁ ଖେଳିଥିବା ଓଡ଼ିଶା ଶୁକ୍ରବାର ସମ୍ପୂର୍ଣ୍ଣ ଭାବେ ରକ୍ଷଣାତ୍ମକ ଆଭିମୁଖ୍ୟ ନେଇଥିଲା। ଅନୁରାଗ ଷଡ଼ଙ୍ଗୀ ଓ ବିପ୍ଲବ ସାମନ୍ତରାୟ ଅର୍ଧଶତକୀୟ ଭାଗୀଦାରି କରିଥିଲେ। ବ୍ୟକ୍ତିଗତ ୨୩ ରନ୍‌ କରିଥିଲା ବେଳେ ବିପ୍ଲବ, ଆଶିଷ କୁମାରଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନରେ ଅଭିଷେକ ରାଉତ ବ୍ୟାଟି˚ କରିବାକୁ ଆସି ଦ୍ରୁତ ରନ୍‌ କରିବାକୁ ଲାଗିପଡ଼ିଥିଲେ। ସେ ୩୩ ବଲ୍‌ରୁ ୩୭ ରନ୍‌ କରିବା ପରେ ଆଉଟ୍‌ ହୋଇଯାଇଥିଲେ। ସୁଜିତ ଲେଙ୍କା (୫) ମଧ୍ୟ କିଛି ଖାସ୍‌ କରିନପାରି ଶୀଘ୍ର ପାଭିଲିଅନ୍‌ ଫେରିଥିଲେ। ମଧ୍ୟାହ୍ନ ବିରତି ବେଳକୁ ଓଡ଼ିଶା ୬ ଵିକେଟ୍‌ ବିନିମୟରେ ୧୩୧ ରନ୍‌ କରିଥିଲା। ଧୀମା ଖେଳୁଥିବା ଅନୁରାଗ ପରେ ତାଙ୍କର ଷଷ୍ଠ ଅର୍ଧଶତକ ଅର୍ଜନ କରିଥିଲେ। ଅନ୍ୟପଟରୁ ସୂର୍ଯ୍ୟକାନ୍ତ ଚୌକା, ଛକା ବର୍ଷା କରିବାରେ ଲାଗିପଡ଼ିଥିଲେ। ହେଲେ ଦଳୀୟ ରନ୍‌ ୧୭୬ ବେଳେ ଗୋଟିଏ ଓଭରରେ ଅନୁରାଗ (୫୮) ଓ ବସନ୍ତ ମହାନ୍ତି (୦) ଲଗାତର ବଲ୍‌ରେ ଆଉଟ ହୋଇଯାଇଥିଲେ। ଏହାର ଗୋଟିଏ ଓଭର ପରେ ରାଜେଶ ମହାନ୍ତି (୨) ମଧ୍ୟ ନିଜ ଵିକେଟ୍‌ ହରାଇଥିଲେ। ତେବେ ଶେଷ ଯୋଡ଼ିରେ ସୂର୍ଯ୍ୟକାନ୍ତ ନିଜ ପାଖରେ ଅଧିକ ସମୟ ବ୍ୟାଟି˚ ରଖି ରନ୍‌ ଗତି ବଢ଼ାଇ ଚାଲିଥିଲେ। ସେ ତାଙ୍କର ପ୍ରଥମ ଅର୍ଧଶତକ ଅର୍ଜନ କରିବା ସହ ପ୍ରଥମ ଶ୍ରେଣୀରେ ୫୦୦ ରନ୍‌ ପାର‌୍‌ କରିଥିଲେ। ଶେଷରେ ୫୪ ରନ୍‌ (୪୧ ବଲ୍‌, ୪ ଛକା, ୪ ଚୌକା)ରେ ସୂର୍ଯ୍ୟ ଆଉଟ୍‌ ହୋଇଥିଲେ। ତେବେ ସେ ଆଉଟ୍‌ ହେବା ପୂର୍ବରୁ ଓଡ଼ିଶାକୁ ମହତ୍ବପୂର୍ଣ୍ଣ ୨୯ ରନ୍‌ର ଅଗ୍ରଣୀ ଦେଇସାରିଥିଲେ।

ସୂର୍ଯ୍ୟଙ୍କ ପ୍ରଥମ ଅର୍ଧଶତକ, ୫୦୦ ରନ୍‌
ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପ୍ରଥମ ଅର୍ଧଶତକ ଅର୍ଜନ କରିଛନ୍ତି। ଝାଡ଼ଖଣ୍ତ ବିପକ୍ଷ ମ୍ୟାଚ୍‌ରେ ସେ ୫୪ ରନ୍‌ର ଦ୍ରୁତ ପାଳି ଖେଳି ନିଜର ଅର୍ଧଶତକ ଅର୍ଜନ କରିଥିଲେ। ଏଥିପୂର୍ବରୁ ୨୦୧୬ରେ ଗୁଜୁରାଟ ବିପକ୍ଷରେ ସ˚ଗ୍ରହ କରିଥିବା ୪୭ ରନ୍‌ ତାଙ୍କର ସର୍ବାଧିକ ଥିଲା। ସେହିପରି ଏହି ମ୍ୟାଚ୍‌ରେ ସେ ୫୦୦ ପ୍ରଥମ ଶ୍ରେଣୀ ରନ୍‌ ଅତିକ୍ରମ କରିଛନ୍ତି। ଏହି ପୂର୍ବରୁ ସେ ୩୩ ମ୍ୟାଚ୍‌ରୁ ୪୮୨ ରନ୍‌ କରିଥିଲେ। ନିମ୍ନକ୍ରମରେ ଜଣେ ଦ୍ରୁତ ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା ସୂର୍ଯ୍ୟ ଏହି ସଫଳତା ପାଇଁ ବେଶ୍‌ ଉତ୍ସାହିତ ଥିବାବେଳେ ଆଗକୁ ମଧ୍ୟ ସମାନ ଆଭିମୁଖ୍ୟ ନେଇ ବ୍ୟାଟି˚ କରିବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର