ଦୁବାଇ : ଅପରେସନ ସିନ୍ଦୂର ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରହିଥିବା ଉତ୍ତେଜନା ଏବେ ବି ବଜାୟ ରହିଛି । ଏହି କାରଣରୁ ଏସିଆ କପରେ ହେଉଥିବା ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଭାରତରେ ବି ସେତେଟା ଉତ୍ସାହ ନାହିଁ । ବିଭିନ୍ନ ମହଲରୁ ଏହାକୁ ବିରୋଧ ମଧ୍ୟ କରାଯାଉଛି । ଏହି ଉତ୍ତେଜନାର ପ୍ରଭାବ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ।
ଏହାର ପ୍ରମାଣ ମିଳିଥିଲା ଟସ ସମୟରେ । ଟସ୍ ସମୟରେ ହାଇ-ଭୋଲଟେଜ୍ ଡ୍ରାମା ହୋଇଥିଲା। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇବାକୁ ସିଧାସଳଖ ମନା କରିଦେଇଥିଲେ। ଟସ୍ ସମୟରେ ରବି ଶାସ୍ତ୍ରୀ ଉଭୟ ଅଧିନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ଆଗା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତା’ପରେ ଯାହା ଘଟିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସାଧାରଣତଃ ଏହି ଅବସରରେ ଉଭୟ ଅଧିନାୟକ ହାତ ମିଳାଇଥାନ୍ତି, କିନ୍ତୁ ସୂର୍ଯ୍ୟକୁମାର ଜାଣିଶୁଣି ଏପରି କରିନଥିଲେ। ଆଗା ମଧ୍ୟ କୌଣସି ଆଗ୍ରହ ଦେଖାଇ ନଥିଲେ। ଉଭୟ ଔପଚାରିକ ଭାବେ ଦଳର ତାଲିକା ହସ୍ତାନ୍ତର ପରିବର୍ତ୍ତନ କରିଥିଲେ ଏବଂ ସିଧାସଳଖ ନିଜ ନିଜ ପାଭିଲିୟନକୁ ଫେରି ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/14/surya-2025-09-14-22-53-11.jpg)