ଦୁବାଇ: ଭାରତୀୟ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଆଉ ଏକ ସ୍ଥାନ ଲମ୍ଫ ମାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକ ମ୍ୟାଚ୍ରେ ୩୬ ବଲ୍ରୁ ୬୯ ରନ୍ କରିଥିବା ସୂର୍ଯ୍ୟକୁମାର ବୁଧବାର ପ୍ରକାଶିତ ତାଲିକାରେ ତୃତୀୟରୁ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୮୦୧ରେ ପହଞ୍ଚିଯାଇଛି। ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଅଗଷ୍ଟରେ ଦ୍ବିତୀୟ ସ୍ଥାନ ପାଇଥିବା ସୂର୍ଯ୍ୟକୁମାର ପୁନର୍ବାର ଏହି ମାନ୍ୟତାକୁ ଫେରିଛନ୍ତି। ଏଥି ସହିତ ମାନ୍ୟତାର ଏକ ନମ୍ବରରେ ପହଞ୍ଚିବାର ନିକଟତର ହୋଇଛନ୍ତି। ପାକିସ୍ତାନର ମହମ୍ମଦ ରିଜ୍ୱାନ (୮୬୧) ବ୍ୟାଟର୍ଙ୍କ ମାନ୍ୟତାରେ ସୂର୍ଯ୍ୟକୁମାରଙ୍କ ଉପରକୁ ଶୀର୍ଷରେ ରହିଛନ୍ତି। ଅନ୍ୟପକ୍ଷରେ ସୂର୍ଯ୍ୟକୁମାର ମଧ୍ୟ ପୂର୍ବତନ ଏକ ନମ୍ବର ପାକିସ୍ତାନ ଅଧିନାୟକ ବାବର ଆଜମ (ତୃତୀୟ)ଙ୍କଠୁ ୨ ପଏଣ୍ଟ ଅଧିକରେ ରହିଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଗୋଟିଏ ସ୍ଥାନ ଉଠି ୧୩ରେ ପହଞ୍ଚିଯାଇଛନ୍ତି। ବୋଲରଙ୍କ ମଧ୍ୟରେ ଭାରତୀୟ ସ୍ପିନର ଅକ୍ଷର ପଟେଲ ଏବଂ ୟୁଝ୍ବେନ୍ଦ୍ର ଚହଲ ବଡ଼ ଲମ୍ଫ ମାରିଛନ୍ତି। ଅକ୍ଷର ୩୩ରୁ ଉଠି ୧୮ରେ ଏବଂ ଚହଲ ୨୮ରୁ ଉଠି ୨୬ରେ ପହଞ୍ଚିଛନ୍ତି।
ଟ୍ବେଣ୍ଟି-୨୦ ମାନ୍ୟତା: ସୂର୍ଯ୍ୟକୁମାର ଏକ ନମ୍ବରର ନିକଟତର
/sambad/media/post_attachments/wp-content/uploads/2022/09/surya-kumar-page-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)