ସୂର୍ଯ୍ୟକୁମାର ଜଣେ ଗଣିତଜ୍ଞ: ଶ୍ରୀଶାନ୍ତ

ମୁମ୍ବାଇ: ଆଇପିଏଲ୍‌ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ଲଗାତାର ଭାବେ ୨୦୦ରୁ ଊଧ୍ବ ରନ୍‌କୁ ସଫଳ ପଶ୍ଚାତଧାବନ କରିଛି। ରୋହିତ ଶର୍ମାଙ୍କ ଦଳ ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୨୧୩ ରନ୍‌ କରିବା ପରେ ବୁଧବାର ରାତିରେ ମୋହାଲିରେ ୭ ବଲ୍ ପୂର୍ବରୁ ୨୧୬ ରନ୍‌ କରି ପଞ୍ଜାବ କିଙ୍ଗ୍ସକୁ ଅତି ସହଜରେ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ଏହି ବଜୟର କର୍ଣ୍ଣଧାର ସାଜିଥିଲେ ଦୁଇ ଭାରତୀୟ ତାରକା ଈଶାନ କିଶନ ଓ ସୂର୍ଯ୍ୟକୁମାର ୟାଦବ। ଈଶାନ କିଶନ ଫର୍ମକୁ ଫେରିବା ମୁମ୍ବାଇ ପାଇଁ ଶୁଭଙ୍କର ହୋଇଥିବା ବେଳେ ସୂର୍ଯ୍ୟଙ୍କ ୩୬୦ ଡିଗ୍ରି ହିଟିଂ ଦକ୍ଷତାକୁ ବିଭିନ୍ନ ଦିଗରୁ ଉଚ୍ଚ ପ୍ରଶଂସା କରାଯାଇଛି।

ବିଶ୍ବର ଏହି ଏକ ନମ୍ବର ଟ୍ବେଣ୍ଟି-୨୦ ବ୍ୟାଟର୍‌କୁ ପ୍ରଶଂସା କରି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏସ୍ ଶ୍ରୀଶାନ୍ତ କହିଛନ୍ତି, ‘ସ୍କାଏ (ଏସ୍‌କେୱାଇ-ସୂର୍ଯ୍ୟ କୁମାର ୟାଦବ) କେବଳ ବ୍ୟାଟର୍ ନୁହନ୍ତି, ସେ ଜଣେ ଗଣିତଜ୍ଞ। ସେ ପଡ଼ିଆକୁ ଭାଗଭାଗ କରି ଦେଖିପାରନ୍ତି, ଯେଭଳି ଜଣେ ଗଣିତଜ୍ଞ ନନିଜ କମ୍ପାସ ଓ ପ୍ରୋଟ୍ରାକ୍ଟର ଧରି କାଜଜ ଉପରେ କାମ କରିଥା’ନ୍ତି। ପଡ଼ିଆର ବିଭିନ୍ନ ଦିଶା ଓ ବୋଲରଙ୍କ ଗତିକୁ ସେ ନିଜ ଶାଣିତ ମସ୍ତିସ୍କରେ ବ୍ୟବହାର କରିଥା’ନ୍ତି। ପଡ଼ିଆର କେଉଁଠି କେଉଁଠି ଗ୍ୟାପ୍‌ ଅଛି ଜଳଜଳ ଦେଖିପାରନ୍ତି। ସମସ୍ତେ ସୂର୍ଯ୍ୟଙ୍କ ପାଇଁ ‘ସ୍କାଏ ଇଜ ଦ ଲିମିଟ୍’ କୁହନ୍ତି, ହେଲେ ମୋ ମତରେ ତାଙ୍କ ପାଇଁ ‘ସ୍କାଏ ଇଜ୍ ନଟ୍ ଦ ଲିମିଟ୍‌’।

ସମ୍ବନ୍ଧିତ ଖବର