ମୁମ୍ବାଇ: ଆଇପିଏଲରୁ ବାଦ୍ ପଡିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଯୁବଖେଳାଳି ସୂର୍ଯ୍ୟ କୁମାର ଯାଦବ । ବାମ କହୁଣୀରେ ଆଘାତ ଲାଗିବା ପରେ ସେ ପୂରା ସିଜିନ୍ ଲାଗି ବାଦ୍ ପଡିଛନ୍ତି । ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ବିସିସିଆଇ ମେଡିକାଲ୍ ଟିମ୍ ଯାଦବଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ବିଶ୍ରାମ ଦରକାର ବୋଲି ପରାମର୍ଶ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ଆଇପିଏଲରେ ଯାଦବ ୮ଟି ମ୍ୟାଚ ଖେଳି ଦଳ ପାଇଁ ୪୩.୨୯ ହାରରେ ୩୦୩ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୁରୁତ୍ୱପୂର୍ଣ୍ଣ ୩ଟି ଅର୍ଦ୍ଧଶତକ ସାମିଲ ରହିଛି । କୋଲକାତା ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇ ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ୬ ତାରିଖରେ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ତାଙ୍କୁ ଆଘାତ ସମସ୍ୟା ପାଇଁ ବାଦ୍ ଦିଆଯାଇଥିଲା ।
ଏହା ପୂର୍ବରୁ ଫେବ୍ରୁଆରିରେ ଶ୍ରୀଲଙ୍କା ବିପକ୍ଷରେ ଭାରତରେ ହୋଇଥିବା ୩ ମ୍ୟାଚ୍ବିଶିଷ୍ଟ ‘ଟି୨୦ ଆନ୍ତର୍ଜାତିକ ସିରିଜ୍’ରେ ଟିମ୍ ଇଣ୍ଡିଆରୁ ସୂର୍ଯ୍ୟକୁମାର ଯାଦବ ବାଦ ପଡ଼ିଥିଲେ। ଫିଲ୍ଡିଙ୍ଗ୍ ସମୟରେ ସୂର୍ଯ୍ୟକୁମାରଙ୍କ ହାଡ଼ରେ ଆଘାତ ଲାଗିଥିଲା, ତେଣୁ ସେ ଭାରତୀୟ ଦଳରେ ସାମିଲ ହୋଇପାରି ନଥିଲେ । ଏହାପରେ ସେ ଚିକିତ୍ସା ଲାଗି ବେଙ୍ଗାଲୁରୁସ୍ଥିତ ‘ନ୍ୟାସ୍ନାଲ୍ କ୍ରିକେଟ୍ ଏକାଡେମି’କୁ ଯାଇଥିଲେ।
𝗢𝗙𝗙𝗜𝗖𝗜𝗔𝗟 𝗦𝗧𝗔𝗧𝗘𝗠𝗘𝗡𝗧
Suryakumar Yadav has sustained a muscle strain on his left fore arm, and has been ruled out for the season. He has been advised rest, in consultation with the BCCI medical team. pic.twitter.com/78TMwPemeJ
— Mumbai Indians (@mipaltan) May 9, 2022