ମୁମ୍ବାଇ: ଚଳିତ ଭାରତ-ନ୍ୟୁଜିଲାଣ୍ଡ୍ ଟ୍ବେଣ୍ଟି-୨୦ ସିରିଜରେ ଭାରତୀୟ ଦଳର ଅଧିନାୟକ କେତୋଟି ବିସ୍ଫୋରକ ପାଳି ଖେଳିବା ପରେ ନିଜର ଲୟ ଫେରିପାଇଛନ୍ତି। ଆଗକୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଥିବାବେଳେ ଏହା ଭାରତୀୟ ଦଳ ପାଇଁ ଏକ ଶୁଭ ସୂଚନା। ସୂର୍ଯ୍ୟକୁମାରଙ୍କ ଭଲ ପ୍ରଦର୍ଶନ ତାଙ୍କର ଆଇସିସି ମାନ୍ୟତାରେ ବି ଉନ୍ନତି ଆଣିଛି। ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ସେ ୭୧୭ ପଏଣ୍ଟ ସହ ୫ଟି ପାହାଚ ଉପରକୁ ଉଠି ୭ମ ସ୍ଥାନରେ ପହଞ୍ଚିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୩ଟି ମ୍ୟାଚରେ ଯଥାକ୍ରମେ ୩୨, ଅପରାଜିତ ୮୨ ଓ ଅପରାଜିତ ୫୭ ରନ କରିଛନ୍ତି।

Advertisment

ନିଜ ସ୍ଥାନକୁ ଆହୁରି ସୁଦୃଢ କରିଛନ୍ତି ଅଭିଷେକ

ମାନ୍ୟତା ତାଲିକାର ପ୍ରଥମ ସ୍ଥାନରେ ନିଜର ସ୍ଥାନକୁ ଆହୁରି ସୁଦୃଢ କରିଛନ୍ତି ଭାରତର ଅଭିଷେକ ଶର୍ମା। ସେ ୯୨୯ ପଏଣ୍ଟ ପାଇଛନ୍ତି। ସେହିପରି ୮୪୯ ପଏଣ୍ଟ ସହ ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଫିଲିପ୍ ସଲ୍ଟ। ତୃତୀୟ ସ୍ଥାନରେ ଅଛନ୍ତି ଭାରତର ତିଳକ ବର୍ମା, ସେ ୭୮୧ ପଏଣ୍ଟ ପାଇଛନ୍ତି। ସେହିପରି ୭୭୦ ପଏଣ୍ଟ ସହ ୪ର୍ଥ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଜସ୍ ବଟଲର୍।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷ ୨ଟି ଟ୍ବେଣ୍ଟି-୨୦ରେ ମାତ୍ର ୩୨ ବଲରୁ ୭୬ ରନ କରିଥିବା ଇଶାନ କିଶନ ପୁଣି ଥରେ ମାନ୍ୟତା ଟେବୁଲରେ ପ୍ରବେଶ କରିଛନ୍ତି। ସେ ୬୪ ତମ ସ୍ଥାନରେ ଅଛନ୍ତି। ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ତାଲିକାର ୫୩ତମ ସ୍ଥାନରେ ଅଛନ୍ତି।

ଅନ୍ୟପକ୍ଷରେ ଆଇସିସି ଟ୍ବେଣ୍ଟି-୨୦ ଦଳ ମାନ୍ୟତାରେ ଭାରତୀୟ ଦଳ ୨୦୨୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ୧୧୧୯୯ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ଓ ୧୧୬୦୯ ପଏଣ୍ଟ ସହ ଇଂଲଣ୍ଡ ୩ୟ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: Shambhavi Pathak : ଅଜିତ ପାୱାରଙ୍କ ବିମାନ ଉଡ଼ାଉଥିଲେ ଏହି ମହିଳା ପାଇଲଟ: ଚର୍ଚ୍ଚାରେ ତାଙ୍କ ଅଭିଜ୍ଞତା ଓ ଶିକ୍ଷାଗତ ଯୋଗ୍ୟତା