ନୂଆଦିଲ୍ଲୀ: ପୁଣି କମାଲ କଲେ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ। ଟି-୨୦ ବିଶ୍ବକପରେ ତାଙ୍କ ପ୍ରଦର୍ଶନ ଚମତ୍କାର ରହିଥିବା ବେଳେ ବଡ଼ ବଡ଼ କ୍ରିକେଟର ତାଙ୍କର ପ୍ରଶଂସା କରିଥିଲେ। ଏବେ ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନଙ୍କ ରାଙ୍କିଂ ଘୋଷଣା କରିଥିବା ବେଳେ ଏହି ରାଙ୍କିଂରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷରେ ରହିଛନ୍ତି। କିନ୍ତୁ ଟି -୨୦ ବିଶ୍ୱକପ ସେମିଫାଇନାଲରେ ଭଲ ପ୍ରଦର୍ଶନ କରି ନଥିବାରୁ ସେ ୧୦ପଏଣ୍ଟ ହରାଇଛନ୍ତି।
ଗତ ଥର ଯେତେବେଳେ ଆଇସିସି ରାଙ୍କିଂ ଘୋଷଣା କରିଥିଲା, ସେତେବେଳେ ସୂର୍ଯ୍ୟକୁମାର ୮୬୯ପଏଣ୍ଟ ସହ ଏକ ନମ୍ବରରେ ରହିଥିଲେ। ଏବେ ଆଇସିସି ର଼୍ୟାଙ୍କିଙ୍ଗରେ ସୂର୍ଯ୍ୟଙ୍କ ପଏଣ୍ଟ ୮୫୯କୁ ହ୍ରାସ ପାଇଛି। ତଥାପି ମଧ୍ୟ ସେ ନଂ୧ରେ ରହିଛନ୍ତି। ଏଥି ସହିତ ମହମ୍ମଦ ରିଜୱାନ ୮୩୬ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତେବେ ତୃତୀୟ ସ୍ଥାନକୁ ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ପାକିସ୍ତାନୀ କ୍ରିକେଟ ଟିମର ଅଧିନାୟକ ବାବର ଆଜମ। ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ଖେଳିଥିବା ବାବର ଚତୁର୍ଥରୁ ତୃତୀୟ ସ୍ଥାନକୁ ଆସିଛନ୍ତି। ଏହା ସହ ଡ୍ବେନ କନୱେ ଚତୁର୍ଥ ନମ୍ବରରେ ରହିଛନ୍ତି।
/sambad/media/post_attachments/wp-content/uploads/2022/11/Suryakumar-Yadav-CP-July-21.jpg)
ତେବେ ଏହି ସୂଚୀରେ କ୍ରିକେଟର ବିରାଟ କୋହଲିଙ୍କୁ ଟପ୍-୧୦ରେ ସ୍ଥାନ ମିଳିନଥିବା ଜଣାପଡ଼ିଛି। କୋହଲି ଟି-୨୦ ରାଙ୍କିଂରେ ୧୧ ନମ୍ବରରେ ରହିଛନ୍ତି। କୋହଲି ଟି-୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ସର୍ବାଧିକ ରନ୍ ସ୍କୋରର ହୋଇଥିଲେ ସତ। ହେଲେ ଏବେ ଶ୍ରେଷ୍ଠ ୧୦ରେ ପ୍ରବେଶ କରିବାକୁ ତାଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/t-84.jpg)