କଟକ: ଓଡ଼ିଶାର ବରିଷ୍ଠ ଫୁଟବଲ ରେଫରି ତଥା ପ୍ରଶିକ୍ଷକ ସୁଶାନ୍ତ କୁମାର ମହାନ୍ତିଙ୍କୁ ସର୍ବଭାରତୀୟ ଫୁଟବଲ୍ ମହାସଂଘର ପରୀକ୍ଷକ ଭାବେ ନିଯୁକ୍ତି ମିଳିଛି। ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଦ୍ୱିତୀୟ ପାହ୍ୟା ରେଫରି ପରୀକ୍ଷା ପାଇଁ ଏବଂ ଶାରୀରିକ ଦକ୍ଷତା ନୀରିକ୍ଷଣ ପାଇଁ ସୁଶାନ୍ତଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଓଡ଼ିଶାରୁ କୌଣସି ବ୍ୟକ୍ତି ଏଆଇଏଫ୍ଏଫ୍ର ପରୀକ୍ଷକ ହେବାରେ ଏହା ପ୍ରଥମ ଘଟଣା। ପୂର୍ବରୁ ସୁଶାନ୍ତ ବିଭିନ୍ନ ସର୍ବଭାରତୀୟ ପ୍ରତିଯୋଗିତାରେ ମ୍ୟାଚ କମିସନର ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି। ବର୍ତ୍ତମାନ ଓଡ଼ିଶାର ରେଫରିମାନଙ୍କୁ ସେ ତାଲିମ ପ୍ରଦାନ କରୁଛନ୍ତି। ସୁଶାନ୍ତଙ୍କ ଏହି ନୂତନ ନିଯୁକ୍ତି ପାଇଁ ରାଜ୍ୟ ଫୁଟବଲ ସଂଘ ଫାଓ ସମ୍ପାଦକ ସଂଜୟ ବେହେରା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୁଶାନ୍ତ ଏଆଇଏଫ୍ଏଫ୍ ପରୀକ୍ଷକ
/sambad/media/post_attachments/wp-content/uploads/2018/01/sushant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)