ସୁଶୀଲଙ୍କୁ ହରିଦ୍ବାର ନେଲା କ୍ରାଇମ୍ ବ୍ରାଞ୍ଚ୍‌

ନୂଆଦିଲ୍ଲୀ: ଯୁବ କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଅଭିଯୁକ୍ତ ଖ୍ୟାତନାମା ଅଲିମ୍ପିଆନ୍‌ ସୁଶୀଲ କୁମାରଙ୍କୁୂ ଦିଲ୍ଲୀ ପୁଲିସ କ୍ରାଇମ୍ ବ୍ରାଞ୍ଚ୍‌ ତଦନ୍ତ ପାଇଁ ହରିଦ୍ବାର ନେଇଥିଲା। ଫେରାର ଥିବାବେଳେ ସୁଶୀଲ କେଉଁଠାରେ କେଉଁଠାରେ ଥିଲେ ସେଠାକୁ ନେଇଥିବା ପୁଲିସ୍ ଜାଣିବାକୁ ଚାହିଁଛି। ସାଗର ଧନକର ହତ୍ୟାକାଣ୍ଡ ପରେ ସୁଶୀଲ ପ୍ରଥମେ ହରିଦ୍ବାର ଯାଇଥିବା ବିଶ୍ବାସ କରାଯାଉଛି।

ହରିଦ୍ବାରରେ ମଧ୍ୟ ସୁଶୀଲ ତାଙ୍କ ଟେଲିଫୋନକୁ ଫିଙ୍ଗିଥିବା ଜଣାପଡ଼ିଛି। ଏପରିକି ହତ୍ୟାକାଣ୍ଡ ସମୟରେ ସୁଶୀଲ କେଉଁ ପୋଷାକ ପରିଧାନ କରିଥିଲେ ତାହାକୁ ପୁଲିସ୍ ଅଦ୍ୟାବଧି ଜବତ କରିପାରିନାହିଁ। ମିଳିଥିବା ସୂଚନା ଅନୁସାରେ ସୁଶୀଲ ବାରମ୍ବାର ପୁଲିସ୍‌କୁ କହୁଛନ୍ତି ସେ ସାଗରକୁ ହତ୍ୟା କରିନାହାନ୍ତି। ଦିଲ୍ଲୀ ପୁଲିସ୍‌ ତଦନ୍ତ ଅନୁସାରେ ଏହି ଘଟଣାରେ ୧୩ ଜଣ ସମ୍ପୃକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରାଯାଇସାରିଛି। ମେ’ ୪ ଓ ୫ ତାରିଖରେ ଛତ୍ରଶାଲ ଷ୍ଟାଡିୟମ ପରିସରରେ ହୋଇଥିବା ଗଣ୍ଡଗୋଳରେ ସାଗରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଆହତ ହୋଇଥିଲେ। ସୁଶୀଲ ସେବେଠାରୁ ଫେରାର ଥିବାବେଳେ ୨୩ ତାରିଖରେ ପୁଲିସ ହାତରେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର