ନୂଆଦିଲ୍ଲୀ: ଅଲମ୍ପିକ୍ସରେ ୨ଥର ପଦକ ବିଜେତା ସୁଶୀଳ କୁମାର ପୁଣି ଥରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଠାରେ ଆୟୋଜିତ କମନେଓ୍ଵଲ୍ଥ ରେସ୍ଲିଂ ଚମ୍ପିଅନସିପ୍ରେ ସେ ଏହି ପଦକର ଅଧିକାରୀ ହୋଇ ପାରିଛନ୍ତି।
୩ ବର୍ଷ ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଫେରିଥିବା ସୁଶୀଳ ନ୍ୟୁଜିଲାଣ୍ଡର ଆକାଶ ଖୁଲାରଙ୍କୁ ୭୪ କିଲୋ ଫ୍ରିଷ୍ଟାଇଲ ବର୍ଗରେ ପରାସ୍ତ କରି ଏହି ପଦକ ଜିଣିଛନ୍ତି। ଗ୍ଲାସଗୋ ଠାରେ ଆୟୋଜିତ ୨୦୧୪ ରାଜ୍ୟଗୋଷ୍ଠୀ ଖେଳ ପରେ ସୁଶୀଳଙ୍କ ପାଇଁ ଏହା ହେଉଛି ପ୍ରଥମ ଅର୍ନ୍ତଜାତୀୟ ପଦକ। ସୁଶୀଳଙ୍କ ବିଜୟ ସହିତ ଭାରତକୁ ୨ଟି ପଦକ ମିଳିଛି। ଭାରତର ପ୍ରବୀଣ ରାଣା ଏହି ପ୍ରତିଯୋଗିତାରେ କାଂସ୍ୟ ପଦକ ଜିଣିିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଗତ ନଭେମ୍ବରରେ ସିନିଅର ନ୍ୟାସନାଲ ରେସଲିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସୁଶୀଳ ପୂର୍ବ ଫର୍ମକୁ ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/susil.jpg)