ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମୟର୍‌ ଲିଗ୍‌ ( ଆଇପିଏଲ ) ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ବ୍ୟବସାୟୀ ଲଲିତ ମୋଦୀ ଗତ ବର୍ଷ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ପ୍ରକାଶ କରିଥିଲେ। ସେ ଅଭିନେତ୍ରୀଙ୍କ ସହ ଅନେକ ଫଟୋ ମଧ୍ୟ ସେୟାର କରିଥିଲେ। କିନ୍ତୁ ସୁସ୍ମିତା ଏହି ସମ୍ପର୍କକୁ ନେଇ ପଦୁଟିଏ ବି କହି ନଥିଲେ, ସେ ପୂରା ନୀରବ ରହିଥିଲେ। ତେବେ ସେ ଦୁହିଁଙ୍କର ଏହି ସମ୍ପର୍କ ବୋଧହୁଏ ବେଶି ଦିନ ତିଷ୍ଠିପାରିଲା ନାହିଁ ।  ବର୍ତ୍ତମାନ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଲଲିତ ମୋଦୀଙ୍କୁ ପୁଣି ଥରେ ତାଙ୍କ ଭଲପାଇବା ମିଳିସାରିଛି।

Advertisment

ଖବର ଅନୁଯାୟୀ, କୋଟି କୋଟି ଟଙ୍କା ଦୁର୍ନୀତି କରିବା ପରେ ଭାରତ ଛାଡି ପଳାଇଥିବା ଲଲିତ ମୋଦୀ ଆଜିକାଲି ସୁପରମଡେଲ ଉଜ୍ଜ୍ବଳା ରାଉତଙ୍କୁ ଡେଟ୍ କରୁଛନ୍ତି।  ଅନେକ ଗଣମାଧ୍ୟମ ରିପୋର୍ଟରେ ସୁପରମଡେଲ ଉଜ୍ଜ୍ବଳାଙ୍କୁ ଲଲିତ ମୋଦୀଙ୍କ ପ୍ରେମିକା ବୋଲି ବର୍ଣ୍ଣନା କରାଯାଇଛି। ଏଥିସହିତ, ସେମାନଙ୍କ ସମ୍ପର୍କର ଖବର ଆଜିକାଲି ହେଡଲାଇନରେ ବି ଅଛି ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି।

ଲଲିତ ମୋଦୀଙ୍କ ସମ୍ପର୍କ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ଥିବା ନେଇ ଖୁବ୍ ଜୋର୍‌ ଚର୍ଚ୍ଚା ହେଉଥିଲା। ଲଲିତ ସୁସ୍ମିତାଙ୍କ ସହ ପୂର୍ବରୁ ଅନେକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରିଥିବା ବେଳେ ଏବେ ସେସବୁକୁ ହଟାଇ ଦେଇଛନ୍ତି।

ଉଜ୍ଜ୍ବଳା ହେଉଛନ୍ତି ୯୦ ଦଶକର ଜଣେ ଜଣାଶୁଣା ସୁପରମଡେଲ। ତାଙ୍କୁ ଏବେ ୪୫ ବର୍ଷ ବୟସ।  ଉଜ୍ଜ୍ବଳା ରାଉତ ୧୯୭୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ବାପା ମୁମ୍ବାଇ ପୁଲିସର ପୂର୍ବତନ ଡେପୁଟି କମିସନର ଥିଲେ।