ସୁଶ୍ରୀଙ୍କୁ ୫ ଓ୍ଵିକେଟ୍‌; ଓଡ଼ିଶା ବିଜୟୀ

୨୩ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ 

କଟକ: କୋଲ୍‌କାତାର ସଲ୍‌ଟ ଲେକ୍‌ରେ ଚାଲିଥିବା ୨୩ ବର୍ଷରୁ କମ୍‌ ପୂର୍ବାଞ୍ଚଳ ମହିଳା କ୍ରିକେଟ୍‌ ପ୍ରତିଯୋଗିତାରେ ବୁଧବାର ଓଡ଼ିଶା ୫୪ ରନ୍‌ରେ ଆସାମକୁ ହରାଇଛି। ଟସ୍‌ ଜିତି ଆସାମ ବୋଲିଂ କରିଥିଲା ବେଳେ ଓଡ଼ିଶା ୪୪.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୨୧ ରନ୍‌ କରିଥିଲା। ପ୍ରାରମ୍ଭିକ ଖେଳାଳି ସସ୍ମିତା ମହାଳିକ ୨୦ ଓ ଅଞ୍ଜଳି ସିଂହ ୧୯ ରନ୍‌ କରିବା ପରେ ମଧ୍ୟକ୍ରମରେ ସୁମିତ୍ରା ସାହୁ ୨୯, ଶିଳ୍ପା ସ୍ୱାଇଁ ୧୬ ରନ୍‌ କରିଥିଲେ। ଶାନ୍ତି ରାଏ ୩, ଉମିଳା ଚାଟାର୍ଜି ୨, ପରବିନ୍‌ ସୁଲତାନା, ପାପୋରି ଗୋଗୋଇ, ରେଖାରାଣୀ ବୋରା ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ। ତେବେ ଓଡ଼ିଶା ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି ଆସାମ ୨୩ ଓଭରରେ ୬୭ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। କଳ୍ପନା ସୌତାଲ ୧୨, ସପ୍ନା ଚୌଧୁରୀ ୧୯, ଉମା ଛେତ୍ରୀ ୧୭ ରନ୍‌ କରିଥିଲା ବେଳେ ଅନ୍ୟ କେହି ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। ଏମାନଙ୍କ ମଧ୍ୟରୁ ୫ ଜଣ ଖାତା ଖୋଲିବାରେ ସକ୍ଷମ ହୋଇନଥିଲେ। ସୁଶ୍ରୀ ଦିବ୍ୟଦର୍ଶିନୀ ୫ ଓ୍ଵିକେଟ୍‌ ଅକ୍ତିଆର କରିଥିଲା ବେଳେ ରାଜଶ୍ରୀ ସ୍ୱାଇଁ ଓ ଡି ଜାନକୀ ରେଡ୍ଡୀ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ମଙ୍ଗଳବାର ପ୍ରଥମ ମ୍ୟାୁଚ୍‌ରେ ଓଡ଼ିଶା ଘରୋଇ ବେଙ୍ଗଲ ନିକଟରୁ ହାରି ଯାଇଥିଲା।

ସମ୍ବନ୍ଧିତ ଖବର