ଭୁବନେଶ୍ୱର: କର୍ଣ୍ଣାଟକର ମାଙ୍ଗାଲୋର୍ଠାରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଉଦୀୟମାନ ଭାରୋତ୍ତୋଳିକା ସୁଶୀଳା ମାଝୀ ଏବଂ ଝିଲ୍ଲୀ ଦଳବେହେରା ଓଡ଼ିଶା ପାଇଁ ୫ ପଦକ ଜିତିଛନ୍ତି। ସ୍ନାଚ୍ରେ ୬୫ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୮୯ କିଲୋଗ୍ରାମ ଉତ୍ତୋଳନ କରିଥିବା ଅନ୍ତର୍ଜାତୀୟ ତାରକା ଝିଲ୍ଲୀ ମୋଟ ୧୫୪ କିଲୋଗ୍ରାମ ଉତ୍ତୋଳନ କରିଥିଲେ। କ୍ଲିନ୍ ଆଣ୍ଡ୍ ଜର୍କ ପ୍ରଦର୍ଶନ ପାଇଁ ସେ ଅନ୍ତଃରାଜ୍ୟ ଓ ବରିଷ୍ଠ ବର୍ଗ ପ୍ରତିଯୋଗିତାରେ ଗୋଟିଏ ଲେଖାଏଁ କାଂସ୍ୟ ପଦକ ଜିତିଥିଲେ। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରେ ପି ଧର୍ମାରାଓଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଥିବା ୧୮ ବର୍ଷୀୟା ଝିଲ୍ଲୀ କନିଷ୍ଠ ବର୍ଗରେ ଥାଇ ବରିଷ୍ଠ ବର୍ଗରେ ପଦକ ଜିତିବାରେ ପୁଣି ଥରେ ଗୌରବ ଆଣିଛନ୍ତି। ଗତବର୍ଷ ଝିଲ୍ଲୀ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ୍ରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନର ଯୁବ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଅନ୍ତର୍ଜାତୀୟ ସଫଳତା ଅର୍ଜନ କରିଥିଲେ। ସେହି ୪୮ କିଲୋଗ୍ରାମ ଓଜନ୍ ବର୍ଗରେ ଅନ୍ୟତମ ଓଡ଼ିଆ ଝିଅ ସୁଶୀଳା ମାଝୀ ସ୍ନାଚ୍ରେ ୭୧ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୯୦ କିଲୋଗ୍ରାମ ସହ ମୋଟ ୧୬୨ କିଲୋଗ୍ରାମ ଉତ୍ତୋଳନ କରି ୩ ରୌପ୍ୟ ପଦକ ପାଇଥିଲେ। ବିଶ୍ୱ ବିଜୟିନୀ ସାଇକମ୍ ମୀରାବାଇ ଚାନୁ ଏହି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲେ।
ସୁଶୀଳାଙ୍କୁ ରୌପ୍ୟ, ଝିଲ୍ଲୀଙ୍କୁ କାଂସ୍ୟ
ଜାତୀୟ ଭାରୋତ୍ତୋଳନ
/sambad/media/post_attachments/wp-content/uploads/2018/01/11-Jhili-Dalbehera.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)