ଇଂଲଣ୍ଡ ଖେଳାଳିଙ୍କ ବଲ୍‌ ବିକୃତ ସନ୍ଦେହ

ଲର୍ଡସ ଘଣ୍ଟି ବଜାଇଲେ ଦୀପ୍ତି ଶର୍ମା

ଲର୍ଡସ: ଲର୍ଡସ ଟେଷ୍ଟ୍‌ର ଚତୁର୍ଥ ଦିବସରେ ଇଂଲଣ୍ଡ କ୍ରିକେଟର୍‌ମାନେ ବଲ୍‌କୁ ବିକୃତ କରିବାର ହୀନ ପ୍ରୟାସ କରିଥିବାର ସନ୍ଦେହ ଜାତ‌ ହୋଇଛି। ରବିବାର ୩୫ତମ ଓଭରରେ ଓଲି ରବିନ୍‌ସନ୍‌ ବୋଲିଂ କରୁଥିବାବେଳେ ଦୁଇ ଜଣ ଇଂଲଣ୍ଡ ଖେଳାଳି ବଲକୁ ସେମାନଙ୍କ ସ୍ପାଇକ୍ (ଜୋତା)ରେ ଖେଳିଥିଲେ। କିଛି ସମୟ ପରେ ଏହାର ଫୁଟେଜ୍‌ ସାମଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ପ୍ରଶଂସକମାନେ ନାନା ପ୍ରଶ୍ନ କରିଥିଲେ। ପୂର୍ବତନ ଭାରତୀୟ ଖେଳାଳି ବୀରେନ୍ଦ୍ର ସେହବାଗ ସନ୍ଦେହ ପ୍ରକଟ କରି ଟ୍ବିଟ୍‌ରେ ଲେଖିଥିଲେ ‘ଏ କ’ଣ ଚାଲିଛି, ଇଂଲଣ୍ଡ ଖେଳାଳିଙ୍କ ଏହା ବଲ୍‌ ବିକୃତି ନା କୋଭିଡ୍‌ ପ୍ରତିଶେଧକ’। ତ‌େବେ ଭାରତୀୟ ଦଳ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର୍ ଏହାକୁ ଖଣ୍ଡନ୍ କରି ଲେଖିଥିଲେ ‘ଆମେ ଏହାକୁ ବହୁ ବିଳମ୍ବରେ ଦେଖିଲୁ, କିନ୍ତୁ ଏହା ଉଦ୍ଦେଶ୍ୟମୂଳକ ନୁହେଁ’। ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରଡଙ୍କ ନିକଟରେ ଭାରତୀୟ ଦଳ ଅଭିଯୋଗ କରିନାହିଁ। ଘଟଣା ପରେ ବଲକୁ ମଧ୍ୟ ଅମ୍ପାୟାର୍ ପରିବର୍ତନ କରିନଥିଲେ। ତେବେ ଜଣେ ଭାରତୀୟ ପ୍ରଶଂସକ ଷ୍ଟୁଆର୍ଟ ବ୍ରଡଙ୍କୁ ନେଇ ପ୍ରଶ୍ନ କରିବାରୁ ସେ କହିଥିଲେ ‘ସେଭଳି କିଛି ନୁହେଁ’।

ଲର୍ଡସ ଘଣ୍ଟି ବଜାଇଲେ ଦୀପ୍ତି ଶର୍ମା
ଭାରତୀୟ ମହିଳା କ୍ରିକେଟ୍ ଦଳର ଅଲରାଉଣ୍ଡର୍‌ ଦୀପ୍ତି ଶର୍ମାଙ୍କୁ ଭାରତ-ଇଂଲଣ୍ଡ ଲର୍ଡସ ଟେଷ୍ଟ୍‌ ଘଣ୍ଟି ବଜାଇବାର ଗୌରବ ମିଳିଛି। ରବିବାର ଚତୁର୍ଥ ଦିନ ଖେଳ ଆରମ୍ଭ ହେବା ପୂର୍ବରୁ ଦୀପ୍ତି ଘଣ୍ଟି ବଜାଇ ମ୍ୟାଚ୍‌ ଶୁଭାରମ୍ଭର ସଙ୍କେତ ଦେଇଥିଲେ। ଏହା ପୂର୍ବରୁ ତୃତୀୟ ଦିନର ଘଣ୍ଟିକୁ ପୂର୍ବତନ ଭାରତୀୟ ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ୍‌ ଫାରୁକ୍ ଇଂଜିନିୟର୍‌ ବଜାଇଥିଲେ। ସୂଚନାଯୋଗ୍ୟ, ୨୦୦୭ ମସିହାରୁ ଲର୍ଡସ ପଡିଆର ପ୍ରତିଟି ଟେଷ୍ଟ୍‌ ମ୍ୟାଚ୍‌ ବେଳେ ପ୍ରତ୍ୟେକ ଦିନ ଏଭଳି ଘଣ୍ଟି ବଜାଇବାର ପରମ୍ପରା ଚାଲୁରହିଛି। ଖେଳାଳି, ପୂର୍ବତନ ଖେଳାଳି ଏବଂ କ୍ରିକେଟ୍ ପ୍ରଶାସକମାନଙ୍କୁ ଏହି ପରମ୍ପରାରେ ସାମିଲ କରାଯାଇଥା‌ଏ।

ସମ୍ବନ୍ଧିତ ଖବର