କଟକ: କଟକ କ୍ଲବ୍ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍ ପାଇଁ ଖେଳାଳି ନିଲାମ ଶେଷ ହୋଇଛି। ଭୁବନେଶ୍ୱରର ସ୍ୱାଧୀନ ଗୌଡ଼ଙ୍କୁ ସର୍ବାଧିକ ୨୧୦ ପଏଣ୍ଟରେ ଢେଙ୍କାନାଳ ଡିଫେଣ୍ଡର୍ସ କିଣିଛି। ତାଙ୍କ ପଛକୁ କଟକର ପ୍ରମୋଦ ରାଣା ୨୦୫ ପଏଣ୍ଟରେ ବାରବାଟୀ ଷ୍ଟାର୍ସ ଦଳରେ ସାମିଲ ହୋଇଛନ୍ତି। ଶନିବାର କଟକ କ୍ଲବ୍ ଆନେକ୍ସ-୧ରେ ପ୍ରତିଯୋଗିତା ପାଇଁ ଖେଳାଳି ନିଲାମ ହୋଇଥିଲା ବେଳେ ତୃତୀୟ ସ୍ଥାନରେ ଭୁବନେଶ୍ୱରର ମୁରଲୀ କ୍ରୀଷ୍ଣାଙ୍କୁ ୨୦୨ ପଏଣ୍ଟରେ କଳିଙ୍ଗ ଷ୍ଟ୍ରାଇକର୍ସ କିଣିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏମାନଙ୍କ ବ୍ୟତୀତ ଫାଲ୍କନ୍ ଷ୍ଟ୍ରାଇକର୍ସରେ ନଇମୁଦ୍ଦିନ୍ ଖାନ୍, ଭାଇବ୍ରାନ୍ତ ଜାନି, ଅଙ୍କିତ ଦାସ, ସିଦ୍ଧାନ୍ତ ନାୟକ, ଇଲିଆସ୍, ସେକ୍ ୟୁନୁସ୍, ନିତ୍ୟକିଶୋର ଦାସ, ପୁରୁଷୋତ୍ତମ ସେଠୀ, ସ୍ୱପନ ସାସ୍ମଲ୍, ପ୍ରଦୀପ ସେଠୀ, ସାର୍ଥକ ସ୍ୱରୂପ ନାୟକ ସ୍ଥାନ ପାଇଛନ୍ତି। କଳିଙ୍ଗ ଷ୍ଟ୍ରାଇକର୍ସରେ ରବି ବେଉରା, ଗିରିଜା ଶଙ୍କର ରାଏ, ପରମିର୍, ସଂଜୟ ମହାନ୍ତି, ବିନୋଦ ଦାସ, ସୌମ୍ୟ ପଣ୍ଡା, ଦେବେଶ ପଣ୍ଡା, ସୌରଭ ମହାନ୍ତି, ସିଦ୍ଧାନ୍ତ ଶେଖର ଜେନା, ଗୌରବ ବେହେରାଙ୍କୁ କିଣାଯାଇଛି। ବାରବାଟୀ ଷ୍ଟାର୍ସରେ ମାନସ ରାଉତରାୟ, କେ.ରବି, ରାହୁଲ ପାସ୍ଓ୍ଵାନ, ବିଜୟ ମହାନ୍ତି, ହୃଷିକେଶ ତ୍ରିପାଠୀ, ଅମନ ଦେବତା, ନିଖଳେଶ ମହାନ୍ତି, ପ୍ରକାଶ ମୁଦୁଲି, ରାଜେଶ ବେହେରା, ଏଲ୍.ବି.ଏନ୍ ଲାୟନ୍ସରେ ଅଜିତ ମହାନ୍ତି, ବଗର୍ତ୍ତି, ମଳୟ ପାତ୍ର, ବିଶାଲ ଅଗ୍ରଓ୍ଵାଲ, କରୁଣାକର ବେହେରା, ତାପସ ଦାସ, ଅମନ ଲେଙ୍କା, ଇନ୍ଦ୍ରଜୀତ ଜେନା, ରବିନ୍ଦ୍ର ପାଣିଗ୍ରାହୀ, ଅଭିଜିତ ମଜୁମଦାର, ପ୍ରଭାସ ପଙ୍କଜ ଦାସ, ଏ.ବି.ସି. ଓ୍ଵାରିୟର୍ସରେ ଚିତ୍ତ, ସୌମେନ୍, ସୁରେନ୍ଦ୍ର ନେପାଲ, ବି.ଶୁଭକାନ୍ତ, ଜେ.ପି. ସୁବୁଦ୍ଧି, ମାନସ ଜେନା, ଆଶିସ୍ ସେଠୀ, ରଜତ ପ୍ରଧାନ, ଜେ.ପି. ମନୋଜ କୁମାର ସାହୁ, ସମ୍ବିତ ବେହେରା, ଢେଙ୍କାନାଳ ଡିଫେଣ୍ଡର୍ସରେ ଜ୍ଞାନ, କେ.ମନୋଜ କୁମାର, ସଂଜୟ ବି.ସ., ଶୁଭାଶିଷ ସାହୁ, କେ.ପ୍ରଧାନ, ନାଦିସ୍ ପୋଦାର, ଶିବସୁନ୍ଦର ମହାଳିକ, କେ.ସଂଜୟ କୁମାର, ଆଶୀର୍ବାଦ ଦାସ, ଜେ.ରାହୁଲ, ବଡ଼ବିଲ୍ ଟାଇଗର୍ସରେ ବନ୍ଥା, ସୁଶାନ୍ତ ରାଉତ, ସୁଶୀଲ ନାୟକ, ଭୂପିନ୍ଦର, ସନ୍ତୋଷ ଚୌଧୁରୀ, ଶକ୍ତି ସ୍ୱାଇଁ, ଶିବାସିସ୍ ବିଶି, ଅବିନାଶ ମହାନ୍ତି, ଦିବ୍ୟଜ୍ୟୋତି ସିଂହ, ମହେନ୍ଦ୍ର ସାହୁ, ସୁରେଶ ମଣିଆ, ପୁରୀ ସ୍ମାଶ୍ କିଙ୍ଗ୍ରେ ରିଶି ରାଏ, ଅରବିନ୍ଦ ସାହୁ, ଦେବାଶିଷ ମିଶ୍ର, ମହମ୍ମଦ ହାସିମ୍, ସଂଜୟ ସାହୁ, ପି.ଚକ୍ରଧର, ସତ୍ୟମ ମିଶ୍ର, ସ୍ମୃତି କୁମାର ମହାନ୍ତି, ସୁମନ୍ତ ମହନ୍ତ, ବିଶାଲ ବେହେରା କିଣା ହୋଇଛନ୍ତି। ୨୦୧୮ ଜାନୁଆରି ପ୍ରଥମ ସପ୍ତାହରେ ସମସ୍ତ ଦଳଗୁଡ଼ିକ ଜର୍ସି ଉନ୍ମୋଚନ କରାଯିବ ବୋଲି କଟକ କ୍ଲବ୍ କୋଷାଧ୍ୟକ୍ଷ ତଥା ପ୍ରତିଯୋଗିତାର ଆୟୋଜକ କମଳ ଦାସ ଜଣାଇଛନ୍ତି।