ସ୍ୱାଧୀନତା କପ୍‌ କରାଟେ :ଉତ୍କଳକୁ ୭ ସ୍ୱର୍ଣ୍ଣ ସହ୧୬ ପଦକ

ଭୁବନେଶ୍ୱର: ନୂଆଦିଲ୍ଲୀର ତାଲକୋଟରା ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ସୋମବାର ଉଦ୍‌ଯାପିତ ୧୪ତମ ସର୍ବଭାରତୀୟ ସ୍ୱାଧୀନତା କପ୍‌ କରାଟେ ପ୍ରତିଯୋଗିତାରେ ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ୍‌କୁ ଅପୂର୍ବ ସଫଳତା ମିଳିଛି। ଏଠାରେ ପ୍ରଶିକ୍ଷିତ ଖେଳାଳିମାନେ ୭ ସ୍ୱର୍ଣ୍ଣ, ୭ ରୌପ୍ୟ, ୨ କାଂସ୍ୟ ସହିତ ମୋଟ ୧୬ ପଦକ ଜିତିଛନ୍ତି। ଉପକନିଷ୍ଠ, କନିଷ୍ଠ ଏବଂ ବରିଷ୍ଠ ବର୍ଗର ପୁରୁଷ ଓ ମହିଳା ବର୍ଗରେ ଏହି ସଫଳତା ମିଳିଛି। ବିଜେତାମାନଙ୍କୁ ବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।
ସ୍ୱର୍ଣ୍ଣ ବିଜେତା: ମୌମିନାଲ୍‌ (୨ଟି), ରୀତେଶ ମହାନ୍ତି, ସାଇ ସ୍ୱରୂପ ବେବର୍ତା, ଶୁଭକାନ୍ତ ବିଶ୍ୱାଳ, ସିନ୍ଧୁ ତନୟା ଖୁଣ୍ଟିଆ, ରାଜେଶ ମହାପାତ୍ର। ରୌପ୍ୟ: ରୀତେଶ ମହାନ୍ତି, ଭଦ୍ରା ଶତପଥୀ, ସୋନାଲି ସାହୁ, ଅନୁରାଧା ପାତ୍ର, ଗୋପାଳଚନ୍ଦ୍ର ସାହୁ, ସଙ୍କେତ କୁମାର ନାୟକ, ମହେଶ ଦୋରା। କାଂସ୍ୟ: ସାଇସ୍ୱରୂପ ବେବର୍ତା, ଶୁଭକାନ୍ତ ବିଶ୍ୱାଳ।

ସମ୍ବନ୍ଧିତ ଖବର