ଭୁବନେଶ୍ବର: ଭାରତ ଓ ଓଡ଼ିଶା ସାଇକ୍ଲିଂ ଜଗତର ଜାଜ୍ବଲ୍ୟମାନ ତାରକା ସ୍ବସ୍ତି ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିଜ ବାସଭବନରେ ସମ୍ବର୍ଦ୍ଧିତ କରିଥିଲେ। ଗତବର୍ଷ ଗୁଆହାଟୀରେ ଆୟୋଜିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସେ ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ନିକଟରେ ନଭି ମୁମ୍ବାଇରେ ଆୟୋଜିତ ୨୫ତମ ଜାତୀୟ ରୋଡ୍ ସାଇକ୍ଲିଂର ୬୦ କିଲୋମିଟର ରୋଡ୍ ମାସ୍ ଷ୍ଟାର୍ଟ ପ୍ରତିଯୋଗିତାର ୩୦୦୦ ମିଟର ବ୍ୟକ୍ତିଗତ ପର୍ସୁଟ୍ରେ ସ୍ବସ୍ତି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ।
ସେହିଭଳି ହାଇଦ୍ରାବାଦର ଓସମାନିଆ ବିଶ୍ବବିଦ୍ୟାଳୟରେ ଆୟୋଜିତ ୭୨ତମ ଜାତୀୟ ଟ୍ରାକ୍ ସାଇକ୍ଲିଂ ଚାମ୍ପିଅନସିପ୍ରେ ୧୦ କିଲୋମିଟର ସ୍କ୍ରାଚ୍ ରେସ୍ ଓ ୨୦ କିଲୋମିଟର ପଏଣ୍ଟ ରେସ୍ରେ ରୌପ୍ୟ ପଦକ ପାଇଥିଲେ ସେ। ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିବା ସହ ଯୁବବର୍ଗ ପାଇଁ ସେ ପ୍ରେରଣାର ଉତ୍ସ ଏବଂ ଆଗାମୀ ସମୟରେ ସେ ନିଶ୍ଚିତ ଜଣେ ସାଇକ୍ଲିଂ ସୁପରଷ୍ଟାର୍ ଭାବେ ପରିଚିତ ହେବେ ବୋଲି କହିଥିଲେ। ଏହି ଅବସରରେ ସ୍ବସ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ସ୍ବସ୍ତି ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ ସଂପ୍ରତି ଦିଲ୍ଲୀରେ ଥିବା ଜାତୀୟ ସାଇକ୍ଲିଂ ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି ସ୍ବସ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/949h7sfh9s8fh56fs4h56s4f6hsfhhhhhhh.jpg)