ଭାରତୀୟ ସନ୍ତରଣ ତାରକା ଶ୍ରୀହରି ନଟରାଜନ ୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟରେ ୨୧ ବର୍ଷୀୟ ଏହି ବେଙ୍ଗାଲୁରୁ ସନ୍ତରଣକାରୀ ୫୪.୬୮ ସେକେଣ୍ଡ ସମୟ ନେଇ ରେସ୍ ଶେଷ କରିବା ସହ ନିଜ ହିଟ୍ରେ ତୃତୀୟ ସ୍ଥାନ ଏବଂ ମୋଟ ଉପରେ ପଞ୍ଚମରେ ରହିଥିଲେ। ଯଦି ଏଠାରେ ସେ ନିଜର ଶ୍ରେଷ୍ଠ ୫୩.୭୭ ସେକେଣ୍ଡ ଦେଇଥା’ନ୍ତେ ତେବେ ସେ ହିଟ୍ରେ ପ୍ରଥମ ସ୍ଥାନ ଅଧିକାର କରିଥା’ନ୍ତେ। ଦକ୍ଷିଣ ଆଫ୍ରିକାର ପିଟର କୋଏଜ (୫୩.୯୧) ପ୍ରଥମ ସ୍ଥାନରେ ରହିଥିଲେ। କିନ୍ତୁ ଅନ୍ୟ ଦୁଇ ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ ଓ ପଦାର୍ପଣକାରୀ କୁଶାଗ୍ରା ରାୱତ ନିଜ ନିଜ ଇଭେଣ୍ଟର ସେମିଫାଇନାଲ୍ରେ ପହଞ୍ଚିବାରେ ବିଫଳ ହୋଇଥିଲେ। ପୁରୁଷ ୫୦ ମିଟର ବଟରଫ୍ଲାଏରେ ପ୍ରକାଶ (୨୫.୦୧) ହିଟ୍ରେ ଅଷ୍ଟମ ସ୍ଥାନରେ ରହିଥିଲେ। ସେହିଭଳି ୪୦୦ ମିଟର ଫ୍ରିଷ୍ଟାଇଲ ହିଟ୍ରେ କୁଶାଗ୍ରା (୩:୫୭.୪୫) ଶେଷ ସ୍ଥାନରେ ରହିଥିଲେ। ତେବେ ଉଭୟଙ୍କର ଅନ୍ୟ ଇଭେଣ୍ଟ ଥିବାରୁ ସେଥିରେ ଭଲ କରିବା ଅଶା ରଖିଛନ୍ତି ପ୍ରକାଶ ଓ କୁଶାଗ୍ରା। ପ୍ରକାଶ ୧୦୦ ଓ ୨୦୦ ମିଟର ବଟରଫ୍ଲାଏ ଏବଂ କୁଶାଗ୍ରା ୧୫୦୦ ଓ ୨୦୦ ମିଟର ଫ୍ରିଷ୍ଟାଇଲ୍ରେ ଭାଗନେବେ।
ସନ୍ତରଣ: ସେମିରେ ଶ୍ରୀହରି
/sambad/media/post_attachments/wp-content/uploads/2022/07/65sf4h654hf65hffhsshfhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)