ସ୍ବିସ୍‌ ଓପନ୍‌: ବିଜୟରୁ ଶ୍ରୀକାନ୍ତଙ୍କ ଅଭିଯାନ

ବାସିଲ: ସପ୍ତମ ମାନ୍ୟତାପ୍ରାପ୍ତ ଭାରତୀୟ ତାରକା କିଦାମ୍ବି ଶ୍ରୀକାନ୍ତ ସ୍ବିସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ପୁରୁଷ ଏକକରେ ସେ ୨୧-୧୬, ୨୧-୧୭ରେ ମାଡ୍ସ ଖ୍ରିଷ୍ଟଫରଙ୍କୁ ହରାଇଥିଲେ। ଭାରତୀୟ ପୁରୁଷ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ବିକସାଇରାଜ ରିଙ୍କିରେଡ୍ଡୀ ୧୭-୨୧, ୨୧-୧୧, ୨୧-୧୮ରେ ଇଣ୍ଡୋନେସିଆର ମହମ୍ମଦ ସୋହିବୁଲ ଫିକିର ଓ ବାଗାସ ମୌଲାନ୍ଦ ହରାଇ ଆଗକୁ ବଢ଼ିଛନ୍ତି।

ସମ୍ବନ୍ଧିତ ଖବର