ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଓଡ଼ିଶାର ହ୍ୟାଟ୍ରିକ୍‌ ପରାଜୟ

କଟକ: କୋଲ୍‌କାତାରେ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶାର ନେତୃତ୍ବ ବଦଳିଥିଲେ ମଧ୍ୟ ଭାଗ୍ୟରେ ପରିବର୍ତନ ଘଟିନି। ଯାହା ଫଳରେ ଓଡ଼ିଶା ହ୍ୟାଟ୍ରିକ୍‌ ପରାଜୟ ବରଣ କରିଛି। ପ୍ରଥମେ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବରେ ଦଳ ବେଙ୍ଗଲ ଓ ହାଇଦ୍ରାବାଦ ନିକଟରୁ ହାରି ଯାଇଥିଲା ବେଳେ ଏବେ ବିପ୍ଲବ ସାମନ୍ତରାୟଙ୍କ ନେତୃତ୍ବରେ ତାମିଲନାଡୁଠୁ ହାରି କ୍ରମାଗତ ତୃତୀୟ ପରାଜୟକୁ ଆଦରି ନେଇଛି।

ଗୁରୁବାର ଇଡେନ ଗାର୍ଡେନ୍‌ରେ ତାମିଲନାଡୁ ବିପକ୍ଷରେ ଖେଳିଥିବା ତୃତୀୟ ମ୍ୟାଚ୍‌ରେ ଓଡ଼ିଶା ୮ ଵିକେଟ୍‌ରେ ପରାସ୍ତ ହୋଇଛି। ଶୁଭ୍ରା˚ଶୁ ସେନାପତିଙ୍କ ବଦଳରେ ନେତୃତ୍ବ ଭାର ନେଇଥିବା ବିପ୍ଲବ ସାମନ୍ତରାୟ ଟସ୍‌ ଜିତି ପ୍ରଥମେ ବ୍ୟାଟି˚ ନେଇଥିଲେ। ଓଡ଼ିଶା ୯ ଵିକେଟ୍‌ ବିନିମୟରେ ୧୩୨ ରନ୍‌ କରିଥିଲା। ଗୌରବ ଚୌଧୁରୀ ମ୍ୟାଚ୍‌ରେ ପଦାର୍ପଣ କରିଥିଲା ବେଳେ ତାଙ୍କୁ ରାଜେଶ ଧୂପରଙ୍କ ସହ ପାଳି ଆରମ୍ଭ କରିବାକୁ ସୁଯୋଗ ଦିଆଯାଇଥିଲା। ଏହି ଯୋଡ଼ି ଦ୍ରୁତ ଆରମ୍ଭ କରି ୧୦ ହାରରେ ରନ୍‌ ସ˚ଗ୍ରହ କରିଥିଲେ। ତେବେ ଚତୁର୍ଥ ଓଭର ବେଳକୁ ଦଳୀୟ ସ୍କୋର୍‌ ୩୨ ହୋଇଥିଲା ବେଳେ ଗୌରବ ଆଉଟ ହୋଇଯାଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଗୋବିନ୍ଦ ପୋଦ୍ଦାର ମାତ୍ର ୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଧୂପର ଓ ଶୁଭ୍ରା˚ଶୁ ତୃତୀୟ ଵିକେଟରେ ୨୮ ରନ୍‌ ଯୋଡ଼ିଥିଲେ। ହେଲେ ଶୁଭ୍ରା˚ଶୁ (୨୦) ଓ ଧୂପର (୨୨) ଆଉଟ ହୋଇଯିବା ପରେ ବ୍ୟାଟି˚କ୍ରମ ଭାଙ୍ଗିଯାଇଥିଲା। ବିପ୍ଲବ ସାମନ୍ତରାୟ ୭, ଅଙ୍କିତ ଯାଦବ ୪, ସର୍ବେଶ୍ବର ମହାନ୍ତି ୧୬, ରାଜେଶ ମହାନ୍ତି ୪ ରନ୍‌ କରି ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ବଡ଼ ସଟ୍‌ ଖେଳିବାକୁ ଯାଇ ୧୦ ବଲ୍‌ରୁ ୧ ଚୌକା ଓ ୨ ଛକା ସହାୟତାରେ ୨୩ ରନ୍‌ କରିଥିଲେ। ମୁରୁଗାନ ଅଶ୍ବିନ ୩, ଏମ୍‌ ମହମ୍ମଦ ଓ ଅଶ୍ବିନ କ୍ରିଷ୍ଟ ଦୁଇଟି ଲେଖାଏଁ ଵିକେଟ୍‌ ନେଇଥିଲେ।

ଜବାବରେ ତାମିଲନାଡ଼ୁ ୨ ଵିକେଟ୍‌ ବିନିମୟରେ ୧୫.୧ ଓଭରରେ ମ୍ୟାଚ୍‌ ଜିତିଯାଇଥିଲା। ସି ହରି ନିଶାନ୍ତ ୨୯ ଓ ନାରାୟଣ ଜଗଦୀଶାନ ୬୧ ରନ୍‌ରେ ଆଉଟ୍‌ ହୋଇଥିଲେ। ତେବେ ଅରୁଣ କାର୍ତ୍ତିକ (୨୮*) ଓ ଶାହରୁଖ ଖାନ୍‌ (୧୮*) ଅପରାଜିତ ରହି ଦଳକୁ ଜିତାଇଥିଲେ।
ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ୨୦ ଓଭରରେ ୧୩୨/୯ (ରାଜେଶ ଧୂପର ୨୨, ଶୁଭ୍ରା˚ଶୁ ସେନାପତି ୨୦, ସୂର୍ଯ୍ୟକାନ୍ତ ପ୍ରଧାନ ୨୩, ମୁରୁଗାନ ଅଶ୍ବିନ ୩/୧୬, ଅଶ୍ବିନ କ୍ରିଷ୍ଟ ୨/୩୪, ଏମ୍‌ ମହମ୍ମଦ ୨/୩୦। ତାମିଲନାଡୁ ୧୫.୧ ଓଭରରେ ୧୩୬/୨ (ସି ହରି ନିଶାନ୍ତ ୨୯, ନାରାୟଣ ଜଗଦୀଶାନ ୬୧, ଅରୁଣ କାର୍ତ୍ତିକ ୨୮*, ଶାହରୁଖ ଖାନ୍‌ ୧୮*, ପପୁ ରଏ ୧/୩୨, ଅଙ୍କିତ ଯାଦବ ୧/୧୭।

ସମ୍ବନ୍ଧିତ ଖବର