ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଶୁଭ୍ରା˚ଶୁଙ୍କ ଅର୍ଦ୍ଧଶତକ, ଓଡ଼ିଶାକୁ ସାନ୍ତ୍ବନାମୂଳକ ବିଜୟ

କଟକ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ଯେକୌଣସି ମତେ ଶେଷ ମ୍ୟାଚ୍‌ରେ ବିଜୟୀ ହୋଇ ସମ୍ମାନ ରକ୍ଷା କରିଛି। ସୋମବାର କୋଲକାତାର ଯାଦବପୁର ବିଶ୍ବବିଦ୍ୟାଳୟ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍‌ରେ ଶୁଭ୍ରା˚ଶୁ ସେନାପତିଙ୍କ ଅର୍ଦ୍ଧଶତକୀୟ ପାଳି ଯୋଗୁଁ ଓଡ଼ିଶା ୪ ଵିକେଟରେ ଆସାମକୁ ପରାସ୍ତ କରିଛି। ବିଜୟ ସତ୍ତ୍ବେ ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ‘ବି’ର ସବୁଠୁ ତଳେ ରହିଛି। ଓଡ଼ିଶା ସହିତ ହାଇଦ୍ରାବାଦ ମଧ୍ୟ ମାତ୍ର ଗୋଟିଏ ମ୍ୟାଚ ଜିତି ୪ ପଏଣ୍ଟରେ ରହିଥିଲା। କିନ୍ତୁ ଓଡ଼ିଶାର ରନ୍‌ ହାର ସବୁଠୁ କମ୍‌ ରହିଥିଲା। କାରଣ ପୂର୍ବରୁ ଓଡ଼ିଶା ଖେଳିଥିବା ସମସ୍ତ ୪ ମ୍ୟାଚରେ ପରାଜିତ ହୋଇଥିଲା।

ସୋମବାର ଟସ୍‌ ଜିତି ଆସାମ ବ୍ୟାଟି˚ କରିଥିଲା। ଅନ୍ତିମ ଲିଗ୍‌ ମ୍ୟାଚରେ ଓଡ଼ିଶା ପାଇଁ ସୁକେଶ ହିରା ଓ ଆଶିଷ ରାୟ ପଦାର୍ପଣ କରିଥିଲେ। ଆସାମର ପଲ୍ଲବ କୁମାର ଦାସ ଓ ଦେନିଶ ଦାସ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଓଡ଼ିଶା ବୋଲରଙ୍କ ପାଇଁ ଏହି ଯୋଡ଼ି ଅଧିକ କିଛି ବିପଦ କରିବା ପୂର୍ବରୁ ପପୁ ରଏ ପ୍ରଥମ ଆଶ୍ବସ୍ତି ଦେଇଥିଲେ। ଦେନିଶଙ୍କୁ ୧୯ ରନ୍‌ରେ ପପୁ ବୋଲ୍ଡ କରିଥିଲେ। ପରେ ପଲ୍ଲବଙ୍କୁ ସର୍ବେଶ୍ବର ମହାନ୍ତି ଆଉଟ କରି ଦଳକୁ ଦ୍ବିତୀୟ ସଫଳତା ଦେଇଥିଲେ। ଅଧିନାୟକ ରିୟାନ ପରାଗ ଆକ୍ରମଣାତ୍ମକ ଖେଳିବାକୁ ଯାଇ ୪୨ ରନ୍‌ କରିଥିଲାବେଳେ ଗୋବିନ୍ଦ ପୋଦ୍ଦାରଙ୍କ ଶିକାର ହୋଇଥିଲେ। ସାହିଲ ଜୈନ ୨୪ ଓ ରାଜକୁଦ୍ଦିନ ଅହମ୍ମଦଙ୍କ ୩୨ ରନ୍‌ ସହାୟତାରେ ଆସାମ ୫ ଵିକେଟ ବିନିମୟରେ ୧୪୮ ରନ୍‌ ସ˚ଗ୍ରହ କରିଥିଲା।

ତେବେ ବିଜୟ ଲକ୍ଷ୍ୟ ହାସଲ ପାଇଁ ଓଡ଼ିଶା ଏଥର ଦୁଇ ନବାଗତଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ଦେଇଥିଲା। ଗୌରବ ଚୌଧୁରୀଙ୍କ ସହ ପଦାର୍ପଣକାରୀ ସୁକେଶ ହିରା ପାଳି ଆରମ୍ଭ କରିଥିଲେ ବି ପ୍ରଥମ ଓଭରରେ ଓଡ଼ିଶାକୁ ଝଟ୍‌କା ଲାଗିଥିଲା। ସୁକେଶ ଖାତା ଖୋଲିବା ପୂର୍ବର ପ୍ରୀତମ ଦାସଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ଗୌରବ ମଧ୍ୟ ଭଲ ଲୟରେ ଦେଖାଯାଉଥିଲେ ବି ପଞ୍ଚମ ଓଭରରେ ଆଉଟ ହୋଇଯାଇଥିଲେ। ତୃତୀୟ ସ୍ଥାନରେ ବ୍ୟାଟି˚ ଆସିଥିବା ଶୁଭ୍ରା˚ଶୁ ସେନାପତି ପାଳି ସମ୍ଭାଳିବା ସହ ଗୋବିନ୍ଦ ପୋଦ୍ଦାର (୧୬), ରାଜେଶ ଧୂପର (୧୨), ସର୍ବେଶ୍ବର ମହାନ୍ତି (୧୦)ଙ୍କ ସହ ଛୋଟ ଛୋଟ ଭାଗୀଦାରି କରି ଓଡ଼ିଶାକୁ ବିଜୟ ଆଶା ଦେଇଥିଲେ। ଦଳୀୟ ସ୍କୋର ୧୨୧ ଥିଲାବେଳେ ଶୁଭ୍ରା˚ଶୁ ୬୪ ରନ୍‌ (୪୮ ବଲ୍‌, ୪ ଚୌକା, ୩ ଛକା) କରି ଆଉଟ ହୋଇଯାଇଥିଲେ। ଶେଷ ୩ ଓଭରରେ ମ୍ୟାଚ ଜିତିବା ପାଇଁ ଆଉ ୨୮ରନ୍‌ ଆବଶ୍ୟକ ହେଉଥିଲାବେଳେ ପ୍ରତୀକ ଦାସ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ବିସ୍ଫୋରକ ବ୍ୟାଟି˚ ବଳରେ ଓଡ଼ିଶା ଗୋଟିଏ ଓଭର ବାକି ଥାଇ ୬ ଵିକେଟ ବିନିମୟରେ ମ୍ୟାଚ ଜିତିଥିଲା। ଖେଳ ଶେଷ ହେବା ବେଳକୁ ପ୍ରତୀକ ୨୦* (୬ ବଲ୍‌, ୩ ଚୌକା, ୧ ଛକା) ଏବ˚ ସୂର୍ଯ୍ୟକାନ୍ତ ୧୩ (୫ ବଲ୍‌, ୧ ଛକା, ୧ ଚୌକା) ରନ୍‌ କରିଥିଲେ।

ସ˚କ୍ଷିପ୍ତ ସ୍କୋର: ଆସାମ ୨୦ ଓଭରରେ ୧୪୮/୫ (ରିୟାନ ପରାଗ ୪୨, ରାଜକୁଦ୍ଦିନ୍‌ ଅହମ୍ମଦ ୩୨, ଗୋବିନ୍ଦ ପୋଦ୍ଦାର ୨/୨୮)। ଓଡ଼ିଶା ୧୯ ଓଭରରେ ୧୫୪/୬ (ଶୁଭ୍ରା˚ଶୁ ସେନାପତି ୬୪, ପ୍ରତୀକ ଦାସ ୨୦*, ଗୋବିନ୍ଦ ପୋଦ୍ଦାର ୧୬, ପ୍ରୀତମ ଦାସ ୨/୧୯, ରିୟାନ ପରାଗ ୨/୨୪)।।

ସମ୍ବନ୍ଧିତ ଖବର