ଚଣ୍ଡିଗଡ଼: ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର୍ ଟ୍ରଫି ପାଇଁ ୨୩ ବର୍ଷରୁ କମ୍ ଭାରତ ‘ଏ’ ଦଳରେ ଅମନଜୋତ୍ କୌର୍ ସ୍ଥାନ ପାଇଛନ୍ତି। ସେ ଜଣେ ବଢ଼େଇଙ୍କ ଝିଅ। ଛୋଟବେଳୁ ତାଙ୍କ ଘର ପାଖ ଗଳିରେ ପୁଅଙ୍କ ସହ ମିଶି କ୍ରିକେଟ୍ ଖେଳୁଥିଲେ। କ୍ରିକେଟ୍କୁ ନିଶା ଓ ପେସା କରିଥିବା ଅମନଜୋତ୍ ନିଜ ପିଲାଦିନର ସ୍ବପ୍ନ ପୂରଠାରୁ ଆଉ ମାତ୍ର କିଛି ବାଟ ଦୂରରେ। ଶୁକ୍ରବାର ୨୩ ବର୍ଷରୁ କମ୍ ଭାରତ ‘ଏ’ ଦଳରେ ସ୍ଥାନ ପାଇବା ପରେ ଖୁବ୍ ଉତ୍ସାହିତ ଥିବା କହିଛନ୍ତି ଅମନଜୋତ୍। ଏଥିପାଇଁ ସେ ତାଙ୍କ ପିତା ଓ ପରିବାରକୁ ସବୁ ଶ୍ରେୟ ଦେଇଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ସେ ଅନେକ କଷ୍ଟ ସହିଥିବା ପ୍ରକାଶ କରିଛନ୍ତି ଅମନଜୋତ୍। ଗୁରୁ ଗୋବିନ୍ଦ ମହିଳା ମହାବିଦ୍ୟାଳୟରେ ପଢ଼ୁଥିଲା ବେଳେ ତାଙ୍କ କ୍ରିକେଟ୍ ଖେଳିବାକୁ ନେଇ ଲୋକମାନେ ବିଦ୍ରୁପ କରୁଥିଲେ। ଝିଅଟେ ହୋଇ କ୍ରିକେଟ୍ ଖେଳୁଛ, ଏହା ପୁଅଙ୍କ ଖେଳ ବୋଲି କହିଥିଲେ। କିନ୍ତୁ ସେ ଏଥିରେ ବିଚଳିତ ନହୋଇ ନିଜ ମନୋବଳ ବୃଦ୍ଧି କରି ପରିଶ୍ରମ କରି ଚାଲିଥିଲେ। ୨୩ ବର୍ଷରୁ କମ୍ ଚଣ୍ଡିଗଡ଼ ଦଳର ଅଧିନାୟିକା ଭାବେ ଅମନଜୋତ୍ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ। ସେ ୭ ମ୍ୟାଚ୍ରୁ ୧୮୪ ରନ୍ କରିବା ସହ ୧୦ ଵିକେଟ୍ ନେଇଥିଲେ। ଫଳରେ ତାଙ୍କୁ ଭାରତ 'ଏ' ଦଳରେ ଅଲ୍ରାଉଣ୍ଡର୍ ଭାବେ ଚୟନକର୍ତା ସାମିଲ କରିଛନ୍ତି।
ଭାରତ 'ଏ' ଦଳରେ ବଢ଼େଇ ଝିଅ
/sambad/media/post_attachments/wp-content/uploads/2019/12/fhfsd54h85f7h5f4h5f4h56fs4h5sf4h5fs4hsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)