ଟ୍ବେଣ୍ଟି-୨୦ରେ କୀର୍ତିମାନ: ଚୀନ୍‌ ୧୪ରେ ଆଉଟ୍‌

ବ୍ୟାଙ୍କକ୍‌: ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରି‌କେଟ୍‌ (ପୁରୁଷ ଓ ମହିଳା)ରେ ସବୁଠାରୁ କମ୍‌ ରନ୍‌ କରିବାର ନୂଆ କୀର୍ତ୍ତିମାନ ଚୀନ୍‌ କରିଛି। ବ୍ୟାଙ୍କକ୍‌ ଆୟୋଜିତ ଥାଇଲାଣ୍ଡ ଟ୍ବେଣ୍ଟି-୨୦ ସ୍ମାସ୍‌ ପ୍ରତିଯୋଗିତାର ୟୁଏଇ ବିପକ୍ଷ ମ୍ୟାଚ୍‌ରେ ଚୀନ୍‌ ମାତ୍ର ୧୪ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଏହି ‌ଅଲୋଡ଼ା କୀର୍ତ୍ତିମାନର ଅଧିକାରୀ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ୩ ୱିକେଟ୍‌ ହରାଇ ୨୦୩ ରନ୍ କରିଥିଲା। ଜବାବରେ ଚୀନ୍‌ ମାତ୍ର ଏକ ଘଣ୍ଟା ମଧ୍ୟରେ ୧୦ ଓଭର ଖେଳି ୧୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଚୀନ୍‌ ପକ୍ଷରୁ ଅଧିନାୟିକା ହିନ୍‌ ଲିନ୍‌ ସର୍ବାଧିକ ୪ ରନ୍‌ କରିଥିଲେ। ବିଶ୍ବରେ ୪୭ ଦେଶ ମହିଳା କ୍ରିକେଟ୍‌ ଖେଳୁଥିଲା ବ‌େଳେ ଚୀନ୍‌ର ମାନ୍ୟତା ୨୫ ରହିଛି ଏବଂ ଏସିଆରେ ସବା ଶେଷରେ ରହିଛି। ପୂର୍ବରୁ ମଧ୍ୟ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ନେପାଳ ବିପକ୍ଷରେ ୨୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ପରାଜୟ ବରଣ କରିଥିଲା।

ସମ୍ବନ୍ଧିତ ଖବର