ପୂର୍ବାଞ୍ଚଳ ବଧିର ଟ୍ବେଣ୍ଟି-୨୦: ଓଡ଼ିଶା ବିଜେତା

ଭୁବନେଶ୍ବର: ଓଡ଼ିଶା ବଧିର କ୍ରୀଡ଼ା ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଏମ୍‌ଟି) ଖେଳ ପଡ଼ିଆରେ ଆୟୋଜିତ ତୃତୀୟ ପୂର୍ବାଞ୍ଚଳ ବଧିର ଟ୍ବେଣ୍ଟି-୨୦ କ୍ରିକେଟ୍ ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲ୍‌ରେ ଆୟୋଜକ ଓଡ଼ିଶା ୭୦ ରନ୍‌ରେ ପଶ୍ଚିମବଙ୍ଗକୁ ପରାସ୍ତ କରି ଟ୍ରଫି ଜିତିନେଇଥିଲା। ଓଡ଼ିଶାର ଆର୍‌ଆର୍‌ ସାହାଣୀ ମ୍ୟାଚ୍‌ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଓଡ଼ିଶାର ସୁଶାନ୍ତ କୁମାର ଦାଶ ଶ୍ରେଷ୍ଠ ବୋଲର, ଶ୍ୟାମ କିଶୋର ହରିଚନ୍ଦନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌, ପଶ୍ଚିମବଙ୍ଗର ପିନାକୀ ଆଚାର୍ଯ୍ୟ ଉଦୀୟମାନ ଖେଳାଳି ଏବଂ ବିହାରର ସୁରଜ କୁମାର ଶ୍ରେଷ୍ଠ ଅଲ୍‌ରାଉଣ୍ଡର ପୁରସ୍କାର ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଆଇନଜୀବୀ ନୀତିଶ କୁମାର ମହାନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟର ଡ. ବିସି ତ୍ରିପାଠୀ, ବିସି ସାହୁ, ପ୍ରଫେସର କବିର ମୋହନ ସେଠୀ, ରୋଟରିଆନ୍‌ ୱାଇ ମହାପାତ୍ର, ବଧିର ମହିଳା ସଂଘର ସଭାନେତ୍ରୀ ଗୌରୀ ମିଶ୍ର, ସମରେନ୍‌ ଲାଲ, ଗୌରୀ ଗୋସ୍ବାମୀ, ଓଡ଼ିଶା ବଧିର କ୍ରୀଡ଼ା ପରିଷଦର ସଭାପତି ସ୍ନେହାଶିଷ ପଟ୍ଟନାୟକ, ସମ୍ପାଦକ ନିରଞ୍ଜନ ଯୋଶୀ, ସହସମ୍ପ‌ାଦକ ଅବ୍‌ଦୁଲ ରହିମ ଖାନ୍‌, ଦୁର୍ଯ୍ୟାଧନ ସେଠୀ, ଉପଦେ‌ଷ୍ଟା ସତ୍ୟରଞ୍ଜନ ପଟ୍ଟନାୟକ, ବିଜୟ କୁମାର ପରିଡ଼ା, ଅନୁବାଦକ ପ୍ରମୋଦ କୁମାର ମହାପାତ୍ର, ୱାଇଏନ୍‌ ‌ବହିଦାର, ସଞ୍ଜୟ ପଣ୍ଡା, ଜେଏନ୍‌ ବହିଦାର ଓ ରାଜେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର