ଦୁବାଇ: ଆଇସିସି ଟେ୍ଵଣ୍ଟି-୨୦ ମାନ୍ୟତାରେ ନ୍ୟୁଜିଲାଣ୍ଡ୍ ଆଧିପତ୍ୟ ଜମାଇଛି। ସଦ୍ୟ ପ୍ରକାଶିତ ମାନ୍ୟତାର ଦଳଗତ ବର୍ଗରେ ପାକିସ୍ତାନ ଓ ଭାରତକୁ ପଛକୁ ଠେଲିଦେଇ ନ୍ୟୁଜିଲାଣ୍ଡ୍ ଶୀର୍ଷ ସ୍ଥାନ ଅକ୍ତିଆର କରିନେଇଥିଲା ବେଳେ ବ୍ୟାଟ୍ସମ୍ୟାନ୍ଙ୍କ ମାନ୍ୟତାରେ କଲିନ୍ ମୁନ୍ରୋ ଓ ବୋଲରଙ୍କ ମାନ୍ୟତାରେ ଈଶ୍ ସୋଢ଼ି ଶୀର୍ଷକୁ ଲମ୍ଫ ଦେଇଛନ୍ତି।
େଓ୍ଵଷ୍ଟ୍ଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାକୁ ୨-୦ରେ ଜିତିବା ପରେ ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନ ଫେରି ପାଇଥିଲା ବେଳେ ପାକିସ୍ତାନ ଦ୍ୱିତୀୟ ଏବଂ ଭାରତ ତୃତୀୟରେ ରହିଛି। ସେହିପରି ଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାରେ ସର୍ବାଧିକ ରନ୍ କରିଥିବା ମୁନ୍ରୋ (୧୩୭ ପଏଣ୍ଟ୍) ଏକାବେଳକେ ୧୧ ସ୍ଥାନ ଉପରକୁ ଉଠି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏଥି ସହିତ ମାର୍ଟିନ୍ ଗପ୍ଟିଲ ଏବଂ ବ୍ରେଣ୍ଡନ୍ ମାକୁଲମଙ୍କ ପରେ ସେ ତୃତୀୟ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଭାବେ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ଦ୍ୱିତୀୟ, ଭାରତୀୟ ଅଧିନାୟକ ବିରାଟ କୋହଲି ତୃତୀୟ, େଓ୍ଵଷ୍ଟ୍ଇଣ୍ଡିଜ୍ର ଏଭିନ୍ ଲୁଇସ୍ ଚତୁର୍ଥ ଏବଂ ଭାରତର ଲୋକେଶ ରାହୁଲ ପଞ୍ଚମ ସ୍ଥାନରେ ରହିଛନ୍ତି। ପାକିସ୍ତାନ ବିପକ୍ଷ ଶୃଙ୍ଖଳାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସୋଢ଼ି ୧୦ ସ୍ଥାନ ଉଠି ବୋଲରଙ୍କ ମାନ୍ୟତାରେ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି। ଡାନିଏଲ୍ ଭେଟୋରି ଏବଂ ସେନ୍ ବଣ୍ଡ୍ଙ୍କ ପରେ ନ୍ୟୁଜିଲାଣ୍ଡ୍ର ତୃତୀୟ ବୋଲର ଭାବେ ସୋଢ଼ି ଏଭଳି ସଫଳତା ପାଇଛନ୍ତି। ପାକିସ୍ତାନର ଇମାଦ ଓ୍ଵାସିମ୍ ଦ୍ୱିତୀୟ, ଆଫ୍ଗାନିସ୍ତାନର ରସିଦ୍ ଖାନ୍ ତୃତୀୟ ଏବଂ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଚତୁର୍ଥ ସ୍ଥାନରେ ରହିଛନ୍ତି।
ଟେ୍ଣ୍ଟି-୨୦ ମାନ୍ୟତାରେ ନ୍ୟୁଜିଲାଣ୍ଡ୍ର ଆଧିପତ୍ୟ
/sambad/media/post_attachments/wp-content/uploads/2017/10/18-icc-logo-dna-india.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)