ଟ୍ବେଣ୍ଟି-୨୦ ମାନ୍ୟତ‌ା:ଦ୍ବିତୀୟରେ କୁଲଦୀପ

ଦୁବା‌ଇ: ଭାରତୀୟ କଚଟି ସ୍ପିନର କୁଲଦୀପ ଯାଦବ ସୋମବାର ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଜୀବନର ଶ୍ରେଷ୍ଠ ମାନ୍ୟତା ଦ୍ବିତୀୟ ସ୍ଥାନ ପାଇଛନ୍ତି। ‌ଆଫ୍‌ଗାନସ୍ତାନି ଲେଗ୍‌ ସ୍ପିନର ରସିଦ ଖାନ୍‌ ଶୀର୍ଷରେ ରହିଛନ୍ତି। କୁଲଦୀପଙ୍କ ଛଡ଼ା ଅନ୍ୟ କୌଣସି ଭାରତୀୟ ‌ଶୀର୍ଷ ୧୦ ଭିତରେ ନାହାନ୍ତି। ନ୍ୟୁଜିଲାଣ୍ଡ ଶୃଙ୍ଖଳା ପରେ ୟୁଜବେନ୍ଦ୍ର ଚହଲ ୬ ସ୍ଥାନ ତଳକୁ ଖସି ସପ୍ତଦଶ ଏବଂ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଅଷ୍ଟାଦଶ ସ୍ଥାନ ବଜାୟ ରଖିଛନ୍ତି। ବାମହାତୀ ସ୍ପିନର କ୍ରୁନାଲ ପାଣ୍ଡ୍ୟା ୩୯ ସ୍ଥାନ ଲମ୍ଫ ଦେଇ ଜୀବନର ଶ୍ରେଷ୍ଠ ମାନ୍ୟତା ୫୮ରେ ପାଇଛନ୍ତି। ବ୍ୟାଟିଂରେ ଲୋକେଶ ରାହୁଲ ୩ ସ୍ଥାନ ତଳକୁ ଖସି ଦଶମ ସ୍ଥାନରେ ରହିଥିଲା ବେଳେ ତାଙ୍କ ସ୍ଥାନକୁ ଭାରତୀୟ ଅଧିନାୟକ ରୋହିତ ଶର୍ମା (ସପ୍ତମ) ଛଡ଼ାଇ‌ ନେଇଛନ୍ତି। ଶିଖର ଧାୱନ୍‌ ଏକାଦଶ ଓ ପାକିସ୍ତାନର ବାବର ଆଜମ ଶୀର୍ଷରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ଅନୁପସ୍ଥିତ ଥିବା ବିରାଟ କୋହଲି ୪ ସ୍ଥାନ ତଳକୁ ଖସି ୧୯ତମ ସ୍ଥାନରେ ରହିଛନ୍ତି। ଦଳଗତ ମାନ୍ୟତାରେ ନ୍ୟୁଜିଲାଣ୍ଡଠୁ ୨-୧ ପରାଜୟ ପରେ ୨ ପଏଣ୍ଟ୍‌ ହାରାଇ ପାକିସ୍ତାନ ପଛକୁ ପୂର୍ବପରି ଭାରତ ଦ୍ବିତୀୟରେ ରହିଛି।

ସମ୍ବନ୍ଧିତ ଖବର