ଟି-୨୦ ବିଶ୍ବକପ୍ : ୧୭ ରନରେ ଜିତିଲା ସ୍କଟଲାଣ୍ଡ୍

ଅଲ ଅମେରାଟ୍ : ୟୁଏଇର ଏଲ ଆମେରାଟ ଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ କ୍ବାଲିଫାଇଙ୍ଗ ମ୍ୟାଚରେ ସ୍କଟଲାଣ୍ଡ ପାପୁଆ ନ୍ୟୁ ଗିନିକୁ ୧୭ ରନରେ ପରାସ୍ତ କରିଛି । ଟୁର୍ଣ୍ଣାମେଣ୍ଟରେ ଏହା ସ୍କଟଲାଣ୍ଡର ୨ୟ ବିଜୟ ।

ଆଜି ସ୍କଟଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ବେରିଂଟନଙ୍କ ୭୦ ରନ ଓ ମାଥ୍ୟୁ କ୍ରସଙ୍କ ୪୫ ରନ ବଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୬୫ ରନ କରିଥିଲା । ଫଳରେ ପାପୁଆ ନ୍ୟୁଗିନି ଆଗରେ ୧୬୬ରନର ବିଜୟ ଲକ୍ଷ୍ୟ ରହିଥିଲା । ୧୬୬ ରନର ପିଛା କରିବାକୁ ଯାଇ ଦଳ ପାପୁଆ ନ୍ୟୁଗିନି ୧୯.୩ ଓଭରରେ ୧୪୮ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ନୋରମାନ ଭାନୁଆ ସର୍ବାଧିକ ୪୭ରନ ଓ ସେସେ ବଉ ୨୪ରନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଲଗାତାର ୨ୟ ବିଜୟ  ସହ ସ୍କଟଲାଣ୍ଡ ୪ ପଏଣ୍ଟ ପାଇ ଗ୍ରୁପ ବିର ପ୍ରଥମ ସ୍ଥାନରେ ରହିଛି ।

ଆଜିର ୨ୟ ମ୍ୟାଚ ବାଂଲାଦେଶ ଓ ଓମାନ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର