ନୂଆଦିଲ୍ଲୀ : ଭାରତୀୟ ଦଳରେ ଏକଦା ଛକା ମାଷ୍ଟର ଭାବେ ପରିଚିତ ଥିବା ଯୁବରାଜ ସିଂହ ନିଜ ଟେ୍ଵଣ୍ଟି-୨୦ ଜୀବନର ଦ୍ୱିତୀୟ ମନ୍ଥର ଅର୍ଧଶତକ ହାସଲ କରିଛନ୍ତି। ସୟଦ୍ ମୁସ୍ତାକ୍ ଅଲ୍ଲୀ ଟେ୍ଵଣ୍ଟି-୨୦ ଜୋନାଲ୍ ଲିଗ୍ର ଦିଲ୍ଲୀ ବିପକ୍ଷ ମ୍ୟାଚ୍ରେ ଯୁବି ୪୦ ବଲ୍ରୁ ଅପରାଜିତ ୫୦ ରନ୍ କରିଥିଲେ। ଏଥିରେ ଯୁବି ୪ ଚୌକା ଓ ମାତ୍ର ଗୋଟିଏ ଛକା ମାରିଥିଲେ। ଶେଷ ୪ ଓଭରରେ ଯୁବିଙ୍କ ଉପସ୍ଥିତି ସତ୍ତ୍ୱେ ପଞ୍ଜାବ ୩୨ ରନ୍ ଯୋଡ଼ିପାରିଥିଲା। ଯୁବିଙ୍କ ଅପରାଜିତ ଅର୍ଧଶତକ ସାଙ୍ଗକୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମନନ ଭୋରାଙ୍କ ୭୪ (୫୦ ବଲ୍, ୩ ଚୌକା ଓ ୬ ଛକା) ରନ୍ ସହାୟତାରେ ପଞ୍ଜାବ ୩ ଓ୍ଵିକେଟ୍ ବିନିମୟରେ ୧୭୦ ରନ୍ କରିଥିଲା। ଜବାବରେ ଗୌତମ ଗମ୍ଭୀର (୬୬ ରନ୍, ୫୪ ବଲ୍, ୬ ଚୌକା, ୨ ଛକା)ଙ୍କ ଅର୍ଧଶତକ ସତ୍ତ୍ୱେ ଦିଲ୍ଲୀ ବିଜୟଠୁ ୩ ରନ୍ ପଛରେ ଅଟକି ଯାଇଥିଲା। ଦିଲ୍ଲୀ ୪ ଓ୍ଵିକେଟ୍ ହରାଇ ୧୬୮ ରନ୍ କରିପାରିଥିଲା ବେଳେ ପଞ୍ଜାବ ୨ ରନ୍ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା।
ଏହା ପୂର୍ବରୁ ଟେ୍ଵଣ୍ଟି-୨୦ରେ ଯୁବିଙ୍କ ସବୁଠୁ ମନ୍ଥର ଅର୍ଧଶତକ ୪୧ ବଲ୍ରୁ ସଂଗୃହୀତ ହୋଇଥିଲା। ୨ ବର୍ଷ ତଳେ ସମାନ ସୟଦ୍ ମୁସ୍ତାକ ଅଲ୍ଲୀ ଜୋନାଲ୍ ଲିଗ୍ରେ ଯୁବି ମନ୍ଥର ଅର୍ଧଶତକ କରିଥିଲା ବେଳେ ୨୦୧୫ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ଖେଳି ୪୦ ବଲ୍ରେ ଅର୍ଧଶତକ ମାରିଥିଲେ। ଏହା ପୂର୍ବରୁ ପ୍ରାୟ ୭ ବର୍ଷ ତଳେ ଯେତେବେଳେ ଯୁବି ପୁନେ ଓ୍ଵାରିୟର୍ସ ପକ୍ଷରୁ ଆଇପିଏଲ୍ ଖେଳିଥିଲେ ସେତେବେଳେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ୩୯ ବଲ୍ରୁ ଅର୍ଧଶତକ ହାସଲ କରିଥିଲେ।
ଟେ୍ଵଣ୍ଟି-୨୦ରେ ଯୁବିଙ୍କ ମନ୍ଥର ଅର୍ଧଶତକ
/sambad/media/post_attachments/wp-content/uploads/2018/01/cricket-1-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)