ନୂଆଦିଲ୍ଲୀ: ପର୍ତ୍ତୁଗାଲର ଜୋଆନ୍ନା ଚିଲ୍ଡ ୬୪ ବର୍ଷ ବୟସରେ ଟ୍ବେଣ୍ଟି-୨୦ କ୍ରିକେଟରେ ପଦାର୍ପଣ କରି ଇତିହାସ ରଚିଛନ୍ତି। ନରୱେ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଚିଲ୍ଡ ନିଜର ପ୍ରଥମ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ଏଥିସହ ସେ ଟ୍ବେଣ୍ଟି-୨୦ ପଦାର୍ପଣ କରିବାରେ ଦ୍ବିତୀୟ ବୟସ୍କ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଜିବ୍ରାଲଟର୍ର ସାଲି ବାର୍ଟନ ୬୬ ବର୍ଷ ୩୩୪ ଦିନରେ ଟ୍ବେଣ୍ଟି-୨୦ ପଦାର୍ପଣ କରିବାରେ ବୟସ୍କ ଖେଳାଳି ରହିଛନ୍ତି।
ବୟସ୍କ ଖେଳାଳି ଭାବେ ଚିଲ୍ଡ ଦୁଇ ପୂର୍ବ ରେକର୍ଡଧାରୀ ଫାଲ୍କଲାଣ୍ଡ ଆଇସ୍ଲାଣ୍ଡର ଆଣ୍ଡ୍ୟୁ ବ୍ରାଉନ୍ଲି ଏବଂ କେମାନ୍ର ମାଲି ମୋରେଙ୍କୁ ପଛରେ ପକାଇଛନ୍ତି। ପଦାର୍ପଣ ମ୍ୟାଚ୍ରେ ଚିଲ୍ଡ ବ୍ୟାଟିଂ ପାଇ ନଥିଲେ, କେବଳ ୪ ବଲ୍ ବୋଲିଂ କରି ୧୧ ରନ୍ ଦେଇଥିଲା ବେଳେ ୱିକେଟ୍ଶୂନ୍ୟ ରହିଥିଲେ। ପର୍ତ୍ତୁଗାଲ ଦଳରେ ବୟସ୍କଙ୍କ ସହ ୩ ସ୍ବଳ୍ପ ବୟସ୍କା ଯୁବତୀ ୧୫ ବର୍ଷୀୟା ଈଶ୍ରୀତ୍ ଚୀମା, ୧୬ ବର୍ଷୀୟା ମାରିଆମ ୱାସିମ ଓ ଆଫ୍ସିନ୍ ଅହମଦ ମଧ୍ୟ ରହିଛନ୍ତି।