‘ଟି୨୦ ବିଶ୍ବକପ୍‌ ୨୦୨୨’: ଦକ୍ଷିଣ ଆଫ୍ରିକାକୁ ୧୩ ରନ୍‌ରେ ପରାସ୍ତ କଲା ନେଦର୍‌ଲାଣ୍ଡସ୍‌

ନୂଆଦିଲ୍ଲୀ: ଆଜି ଆଡିଲେଡ୍‌ରେ ଅନୁଷ୍ଠିତ ‘ଟି୨୦ ବିଶ୍ବକପ୍‌’ ମ୍ୟାଚ୍‌ରେ ନିଶ୍ଚିତ ଜିଣିବାକୁ ଥିବା ଗୋଟାଏ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ନେଦର୍‌ଲାଣ୍ଡ୍‌ସ୍‌ଠାରୁ ୧୩ ରନ୍‌ରେ ପରାସ୍ତ ହୋଇଛି।

ଗୋଟିଏ ମ୍ୟାଚ୍‌ ଜିଣି ସେମି-ଫାଇନାଲ୍‌କୁ ଯିବାକୁ ଉଦ୍ୟମ କରୁଥିବା ତେମ୍ବା ବାବୁମାଙ୍କ ନେତୃତ୍ବାଧୀନ ଦକ୍ଷିଣ ଆଫ୍ରିକୀୟ ଟିମ୍‌ ସେ ସୁଯୋଗ ହରାଇଛନ୍ତି। ଦକ୍ଷିଣ ଆଫ୍ରିକାର ପରାଜୟ ଅର୍ଥ ଭାରତ ଚତୁର୍ଥ ପର୍ଯ୍ୟାୟକୁ ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଆଜି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ଫଳାଫଳ ଉପରେ ‘ଗ୍ରୁପ୍‌ ୨’ରୁ ଦ୍ବିତୀୟ ସେମି-ଫାଇନାଲିଷ୍ଟ୍‌ ନିର୍ଭର କରୁଛି।  ଦୁଇ ଦଳ ମଧ୍ୟରୁ ଯଦି କେହି ବିଜୟ ହାସଲ କରେ ଉକ୍ତ ଦଳ ସେମି-ଫାଇନାଲ୍‌ରେ ଭାରତ ସହିତ ଖେଳିବ।

ଉଲ୍ଲେଖଯୋଗ୍ୟ, ଆଜି ମ୍ୟାଚ୍‌ ଆରମ୍ଭରେ ନେଦର୍‌ଲାଣ୍ଡ୍‌ ଓପେନର୍‌ ଷ୍ଟିଫେନ୍‌ ମାଇଁବର୍ଗ ଏବଂ ମ୍ୟାକ୍ସ୍‌ ଓ’ଡାଓଡ୍‌ ୫୮ ରନ୍‌ କରି ମନ୍ଥର ବେଗରେ ଖେଳୁଥିବା ବ‌େଳେ ପ୍ରଥମ ୱିକେଟ୍‌ର ପତନ ଘଟିଥିଲା। କିନ୍ତୁ, କଲିନ୍‌ ଆକର୍‌ମାନ୍‌ ବ୍ୟାଟିଙ୍ଗ୍‌ କରିବାକୁ ଆସିବାରୁ ନେଦର୍‌ଲାଣ୍ଡ୍‌ସ୍‌ ୪ ୱିକେଟ୍‌ ବିନିମୟରେ ୧୫୮ ରନ୍‌ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା।

Image Courtesy of The Indian Express

କିନ୍ତୁ, ମାଇଁବର୍ଗଙ୍କୁ ୩୭ ରନ୍‌ରେ ଆଉଟ୍‌ କରି ଏଡେନ୍‌ ମାର୍କରମାନ୍‌ ଦକ୍ଷିଣ ଆଫ୍ରିକାର ହତାଶାର ଅବସାନ ଘଟାଇଥିଲେ। ତା’ପରେ କେଶବ ମହାରାଜ ଓ’ଡାଓଡ୍‌ଙ୍କୁ ୨୯ ରନ୍‌ରେ ଆଉଟ୍‌ କରିବା ପରେ ୧୨.୪ ଓଭର୍‌ରେ ନେଦର୍‌ଲାଣ୍ଡ୍‌ସ୍ ୨ ୱିକେଟ୍‌ରେ ୯୭ ରନ୍‌ କରି ଖେଳୁଥିଲା।

କିନ୍ତୁ, ହଠାତ୍‌ ଟମ୍‌ କୁପର୍‌ ଏବଂ କଲିନ୍‌ ଆକର୍‌ମାନ୍‌ ଦକ୍ଷିଣ ଆଫ୍ରିକୀୟ ବୋଲ୍‌ମାନଙ୍କ ବଲ୍‌ରେ ଭଲ୍‌ ଷ୍ଟ୍ରୋକ୍‌ ମାରି ଖେଳିବାରୁ ହଠାତ୍‌ ନେଦର୍‌ଲାଣ୍ଡ୍‌ସ୍‌ର ରନ୍‌ ସଂଖ୍ୟା ବୃଦ୍ଧି ପାଇଥିଲା। ମାତ୍ର ୧୯ଟି ବଲ୍‌ରେ କୁପର୍‌ ୩୫ ରନ୍‌ ସଂଗ୍ରହ କରିଥିବା ବେଳେ କେଶବଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। କିନ୍ତୁ, ଆକେର୍‌ମାନ୍‌ ବ୍ୟାଟିଙ୍ଗ୍‌ ଜାରି ରଖି ୨୬ ବଲ୍‌ରେ ୪୧ ରନ୍‌ କରି ନଟ୍‌ ଆଉଟ୍‌ ରହିଥିଲେ।

କିନ୍ତୁ, ବ୍ୟାଟିଙ୍ଗ୍‌ ଆରମ୍ଭ କରିବା ପରେ ଦକ୍ଷିଣ ଆଫ୍ରିକା ତା’ର ଓପେନର୍‌ କ୍ବିଣ୍ଟନ୍‌ ଡି କକ୍‌ ଓ ଟେମ୍ବା ବାବୁମାଙ୍କୁ ହରାଇବା ପରେ ୱିକେଟ୍‌ ହାତରେ ଥିଲେ ବି ବିଚଳିତ ହୋଇ‌ ଖେଳିବା ପରି ମନେହୋଇଥିଲା। ଶେଷରେ ୮ ୱିକେଟ୍‌ ବିନିମୟରେ ଦକ୍ଷିଣ ଆଫ୍ରିକା ୧୪୫ ରନ୍‌ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା।

ସମ୍ବନ୍ଧିତ ଖବର