ଟି୨୦ ବିଶ୍ବକପ୍‌: ଗୋଳମାଳିଆ ପରିସ୍ଥିତିରେ ଜିମ୍ବାୱେ ଉପରେ ବାଂଲାଦେଶର ଚମକପ୍ରଦ ବିଜୟ

ବ୍ରିଜ୍‌ବେନ୍‌: ଆଜି ଗାବ୍‌ବାରେ ଅନୁଷ୍ଠିତ ‘ଟି୨୦’ କ୍ରିକେଟ୍‌ ମ୍ୟାଚ୍‌ରେ ବଡ଼ ଗୋଳମାଳିଆ ପରିସ୍ଥିତିରେ ଜିମ୍ବାୱେକୁ ୩ ରନ୍‌ରେ ପରାସ୍ତ କରି ବାଂଲାଦେଶ ‘ସେମିଫାଇନାଲ୍‌’ ଖେଳିବା ଆଶା ଅମଳିନ ରଖିଛି।

ଶେଷ ଓଭର୍‌ରେ ଜିମ୍ବାୱେ ବିଜୟ ହାସଲ କରିବାକୁ ୫ ରନ୍‌ ଆବଶ୍ୟକ କରୁଥିଲା। ସେତିକିବେଳେ ୱିକେଟ୍‌ ରକ୍ଷକ ନୁରୁଲ୍‌ ହସନ୍‌ ବ୍ଲେସିଙ୍ଗ୍‌ ମୁଜାରାବାନିଙ୍କୁ ଷ୍ଟମ୍ପ୍‌ ଆଉଟ୍‌ କରିବା ପରେ ଜିଣିଗଲେ ବୋଲି ବାଂଲାଦେଶ ଟିମ୍‌ ଭାବିଥିଲେ। କେବଳ ସେତିକି ନୁହେଁ, ଦୁଇ ଦେଶର ଟିମ୍‌ କରମର୍ଦ୍ଦନ କରି ପଡ଼ିଆରୁ ବାହାରି ଯାଇଥିଲେ।

କିନ୍ତୁ, ‘ଥାର୍ଡ ଅମ୍ପାୟାର୍‌’ ଯୋଗୁଁ ଖେଳାଳିମାନଙ୍କୁ ପୁଣି ଥରେ ଖେଳିବାକୁ ଡାକିବାକୁ ପଡ଼ିଥିଲା। କାରଣ ବଲ୍‌ ଷ୍ଟମ୍ପ୍‌ ଅତିକ୍ରମ କରିବା ପୂର୍ବରୁ ନୁରୁଲ୍‌ ତାହାକୁ ଧରି ଷ୍ଟମ୍‌ କରିଥିବା ‘ଥାର୍ଡ ଅମ୍ପାୟାର୍‌’ରୁ ଜଣାପଡ଼ିବା ପରେ ତାହାକୁ ନୋ-ବଲ୍‌ ଘୋଷଣା କରଯାଇଥିଲା ଫଳତଃ ବିଜୟ ପାଇଁ ଜିମ୍ବାୱେ ୪ ରନ୍‌ ଆବଶ୍ୟକ କରୁଥିବା ବ‌େଳେ ବାଂଲାଦେଶକୁ ଅଯଥାରେ ଆଉ ଗୋଟିଏ ବଲ୍‌ ପକାଇବାକୁ ପଡ଼ିଥିଲା।

Image Courtesy of India Today

ଏ ଭଳି ଗୋଳମାଳିଆ ପରିସ୍ଥିତିରେ ବାଂଲାଦେଶୀ ବୋଲର୍‌ ମୁଜାରାବାନି ମୋସାଡେକ୍‌ଙ୍କୁ ବୋଲିଙ୍ଗ୍‌ କଲେ ବି ତାଙ୍କୁ ଆଉଟ୍‌ କରିବାରେ ବିଫଳ ହୋଇଥିଲେ।

ଟସ୍‌ ଜିଣିବା ପରେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ଶାକିବ୍‌ ଅଲ୍‌ ହସନ୍‌ ନେଇଥିଲେ। ବ୍ଲେସିଙ୍ଗ୍‌ସ୍‌ ମୁଜାରାବାନି ସୌମ୍ୟ ସରକାର ଓ ଲିଟ୍ଟନ୍‌ ଦାସଙ୍କ ୱିକେଟ୍‌ ହାସଲ କରିବା ସହ ବାଂଲାଦେଶ ଅତି ମନ୍ଥର ଭାବେ ଖେଳ ଆରମ୍ଭ କରିଥିଲା।

ଆଜିର ଏହି ମ୍ୟାଚ୍‌ରେ ୨୦ ଓଭର୍‌ରେ ୭ ୱିକେଟ୍‌ ହରାଇ ବାଂଲାଦେଶ ୧୫୦ ରନ୍‌ କରିଥିବା ବ‌େଳେ ଜିମ୍ବାୱେ ୮ ୱିକେଟ୍‌ ବିନିମୟରେ ୧୪୭ ରନ୍‌ କରିଛି।

ସମ୍ବନ୍ଧିତ ଖବର