ଟ୍ବେଣ୍ଟି-୨୦ ବିଶ୍ବକପ୍ ନିଷ୍ପତ୍ତି ଜୁଲାଇକୁ ଘୁଞ୍ଚିଲା

ଦୁବାଇ : କରୋନା ସଙ୍କଟ ଭିତରେ ବୁଧବାର ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରୁ ସବୁଠାରୁ ବଡ଼ ନିଷ୍ପତ୍ତି ଭାବେ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଆୟୋଜିତ ହେବାକୁ ଥିବା ମହିଳା ଓ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ସମୟକୁ ଆସନ୍ତାମାସକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ଏକ ମାସ ମଧ୍ୟରେ ଅଷ୍ଟ୍ରେଲିଆ ସରକାର, କ୍ରିକେଟ୍ ଅଷ୍ଟ୍ରେଲିଆ ଓ ଅନ୍ୟାନ୍ୟ ସତ୍ତ୍ବାଧିକାରୀଙ୍କ ସହ ଆଲୋଚନା କରି ଏହି ବିଷୟରେ ଶେଷ ନିଷ୍ପତ୍ତି ନିଆଯିବ ବୋଲି ଆଇସିସି କହିଛି। ଏହି ସମୟ ମଧ୍ୟରେ କରୋନା ପରିସ୍ଥିତିକୁ ମଧ୍ୟ ଆକଳନ କରାଯିବ। ସେହିଭଳି ବିସିସିଆଇ ସହ ଥିବା କର ରିହାତି ବିବାଦର ସମାଧାନ ଲାଗି ମଧ୍ୟ ଆଇସିସି ପଦକ୍ଷେପ ନେଇଛି। କର ରିହାତି ହାସଲ କରିବା ନେଇ ଥିବା ଅନ୍ତିମ ସମୟ ସୀମାକୁ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର