ମେଲ୍ବର୍ଣ୍ଣ: ଆଜି ଅଷ୍ଟ୍ରେଲିଆର ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଆୟୋଜିତ ‘ଟି-୨୦ ବିଶ୍ବକପ୍’ ଫାଇନାଲ୍ରେ ଟସ୍ ଜିଣିବା ପରେ ଇଂଲଣ୍ଡ୍ ପ୍ରଥମେ ବୋଲିଙ୍ଗ୍ କରୁଛି।
ସଦ୍ୟତମ ସୂଚନା ଅନୁସାରେ, ପ୍ରଥମ ଓଭର୍ରେ ପାକସ୍ତାନ ୮ ରନ୍ କରି ଖେଳୁଛି। ପାକିସ୍ତାନ ତରଫରୁ ଓପେନର୍ ଯୋଡ଼ି ଭାବେ ଯାଇଛନ୍ତି ବାବର ଆଜମ୍ ଓ ମହମ୍ମଦ୍ ରିଜ୍ଆନ୍।
ପାକିସ୍ତାନ ତରଫରୁ ଓପେନର୍ ଯୋଡ଼ି ଭାବେ ଯାଇଛନ୍ତି ବାବର ଆଜମ୍ ଓ ମହମ୍ମଦ୍ ରିଜ୍ଆନ୍।
Image Courtesy of Times of Indiaଆଜି ଟସ୍ ଜିଣିବା ପରେ ଇଂଲଣ୍ଡ କ୍ରିକେଟ୍ ଟିମ୍ର ଅଧିନାୟକ ଜସ୍ ବଟ୍ଲର୍ ପ୍ରଥମେ ବୋଲିଙ୍ଗ୍ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଥିଲେ।
ଆଜିର ମ୍ୟାଚ୍ରେ ଇଂଲଣ୍ଡ୍ ଟିମ୍ରେ ଖେଳୁଛନ୍ତି: ଜସ୍ ବଟ୍ଲର୍, ଆଲେକ୍ସ ହାଲେଜ୍, ଫିଲିପ୍ ସଲ୍ଟ୍, ବେନ୍ ଷ୍ଟୋକ୍ସ୍, ହ୍ୟାରି ବ୍ରୁକ୍, ଲିୟାମ୍ ଲିଭିଙ୍ଗ୍ଷ୍ଟୋନ୍, ମୋଇନ୍ ଅଲି, ସାମ୍ କ୍ୟୁରାନ୍, କ୍ରିସ୍ ୱେକ୍ସ୍, କ୍ରିସ୍ ଜୋର୍ଡାନ୍ ଓ ଆଦିଲ୍ ରଶିଦ୍।
ସେହିପରି ପାକିସ୍ତାନ ଟିମ୍ରେ ଖେଳୁଛନ୍ତି: ବାବର୍ ଆଜମ୍, ମହମ୍ମଦ୍ ରିଜ୍ୱାନ୍, ମହମ୍ମଦ୍ ହାରିସ୍, ଶାନ୍ ମାସୂଦ୍, ଇଫ୍ତିଖାର ଅହମ୍ମଦ୍, ଶାଦବ ଖାଁ, ମହମ୍ମଦ ନୱାଜ୍, ମହମ୍ମଦ ୱାସିମ୍ ଜୁନିୟର୍, ନସୀମ୍ ଶାହ, ହାରିସ୍ ରୌଫ୍ ଏବଂ ଶାହୀନ୍ ଆଫ୍ରିଦି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/c63331b9-7dd4-479d-bff9-3c24204bddfc.jpg)