ସିଏସ୍‌କେ ପ୍ରଶଂସକଙ୍କ ପାଇଁ ତାହିର ଭାବବିହ୍ବଳ

ଆବୁଧାବି: ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପ୍ଲେ ଅଫ୍‌ ଖେଳିବାକୁ ଯୋଗ୍ୟ ନ ହୋଇ ଫେରିଛି। ତଥାପି ଶେଷ ୩ ମ୍ୟାଚ୍‌ ଜିତି ଏହି ଦଳ ଅନେକ ସକରାତ୍ମକ ଦିଗ ସହ ପ୍ରତ୍ୟାବର୍ତନ କରୁଛି। ଏହି ୩ ମ୍ୟାଚ୍‌ରେ ଯୁବ ବ୍ୟାଟସମ୍ୟାନ୍‌ ଋତୁରାଜ ଗାଏକ୍ବାଡ ଅର୍ଧଶତକ ହାସଲ କରିବା ଏବଂ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିବାରେ ହ୍ୟାଟ୍ରିକ୍ କରିବା ଉଲ୍ଲେଖନୀୟ ରହିଛି। ଅଭିଜ୍ଞ ଦକ୍ଷିଣ ଆଫ୍ରିକୀୟ ସ୍ପିନର୍‌ ଇମ୍ରାନ୍ ତାହିର୍‌ ଚଳିତ ବର୍ଷ ବିଶେଷ ସୁଯୋଗ ପାଇନଥିଲେ ମଧ୍ୟ ଶେଷ ମ୍ୟାଚ୍‌ରେ କ୍ରିସ୍ ଗେଲଙ୍କୁ ଆଉଟ୍ କରି ଦଳକୁ ବଡ଼ ସଫଳତା ଦେଇଥିଲେ। ପଞ୍ଜାବକୁ ଚେନ୍ନାଇ ହରାଇଦେବା ପରେ ତାହିର ମଧ୍ୟ ପ୍ରଶଂସକଙ୍କ ପାଇଁ ଭାବିବିହ୍ବଳ ହୋଇପଡ଼ିଥିଲେ। ‘ବିଜୟ ଅଭିଯାନ ଶେଷ କରିବାର ଭଲ ଅନୁଭବ ମିଳିଛି, କିନ୍ତୁ ପ୍ଲେ ଅଫ୍‌ ଖେଳି ନପାରିବାର ଗଭୀର ଦୁଃଖ ବି ଆସିଛି। ଆପଣଙ୍କ ଆଶା ମୁତାବକ ମୁଁ ପ୍ରଦର୍ଶନ କରିପାରିନଥିବାରୁ ଦୁଃଖିତ। ସୁଯୋଗ ମିଳିଲେ ଆସନ୍ତା ବର୍ଷ ନିଶ୍ଚିତ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି। ଆପଣଙ୍କ ଭଲ ପାଇବା ଏବଂ ନିରଂତର ସମର୍ଥନ ପାଇଁ ଧନ୍ୟବାଦ’ ବୋଲି ତାହିର୍ ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର