ତୈଜୁଲଙ୍କୁ ୧୧ ୱିକେଟ୍‌: ବାଂଲାକୁ ସୁଯୋଗ

Taijul takes 11wickets:Chanch for Bangladesh

ସିଲ୍‌ହାଟ୍‌: ଜିମ୍ବାୱେ ବିପକ୍ଷ ଘରୋଇ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ‌ମ୍ୟାଚ୍‌ରେ ବାଂଲାଦେଶ ବିଜୟଠୁ ୨୯୫ ରନ୍‌ ଦୂରରେ ରହିଛି। ପ୍ରଥମ ପାଳିରେ ଜିମ୍ବାୱେ ୨୮୨ ରନ୍‌ କରିଥିଲା। ଜବାବରେ ବାଂଲାଦେଶ ମାତ୍ର ୧୪୩ ରନ୍‌ କରି ୧୩୯ ରନ୍‌ରେ ପଛୁଆ ରହିଥିଲା। ଜିମ୍ବାୱେ ଦ୍ବିତୀୟ ପାଳିରେ ୧୮୧ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଫଳରେ ବାଂଲାଦେଶ ଆଗରେ ୩୨୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋ‌ଇଥିଲା। ତୃତୀୟ ଦିନ ଶେଷ ସୁଦ୍ଧା କୌଣସି ୱିକେଟ୍‌ ନହାରାଇ ୨୬ ରନ୍‌ କରିଛି। ପ୍ରଥମ ପାଳିରେ ୬ ୱିକେଟ୍‌ ଅକ୍ତିଆର କରିଥିବା ତୈଜୁଲ୍‌ ଇସ୍‌ଲାମ ଦ୍ବିତୀୟ ପାଳିରେ ପୁଣି ୫ ୱିକେଟ୍‌ ନେଇ ଜିମ୍ବାୱେକୁ ୨୦୦ ଭିତରେ ରଖିଥିଲେ। ମୋଟ ଉପରେ ଏହି ମ୍ୟାଚ୍‌ରେ ସେ ୧୧ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର