ତାଇପେ ଓପନ୍‌: କାଶ୍ୟପ ଓ ତନିଷାଙ୍କ ପରାଜୟ ସହ ଭାରତର ଅଭିଯାନ ଶେଷ

ତାଇପେ : ପରୁପଲ୍ଲୀ କାଶ୍ୟପ ଏବଂ ତନିଷା କ୍ରା‌ଷ୍ଟୋଙ୍କ କ୍ବାର୍ଟର ଫାଇନାଲ୍‌ ପରାଜୟ ସହିତ ଚଳିତ ତାଇପେ ଓପନ୍‌ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରୁ ଭାରତର ଅଭିଯାନ ଶେଷ ହୋଇଯାଇଛି। ତୃତୀୟ ମାନ୍ୟତାପ୍ରାପ୍ତ କାଶ୍ୟପ ପୁରୁଷ ଏକକରେ ୧୨-୨୧, ୨୧-୧୨ ଓ ୧୭-୨୧ରେ ମାଲେସିଆର ସିଙ୍ଗ୍‌ ଜୁ ଭାନ୍‌ଙ୍କଠାରୁ ହାରି ଯାଇଥିଲା ବେଳେ ଉଭୟ ମହିଳା ଯୁଗଳ ଏବଂ ମିଶ୍ରିତ ଯୁଗଳରେ ତନିଷା ପରାଜୟର ସାମ୍‌ନା କରିଥିଲେ। ଷଷ୍ଠ ମାନ୍ୟତାପ୍ରାପ୍ତ ତନିଷା ଓ ଈଶାନ ଭଟନାଗର ଯୋଡ଼ି ମିଶ୍ରିତ ଯୁଗଳରେ‌ ମାଲେସିଆ ଯୋଡ଼ି ହୁ ପଙ୍ଗ୍‌ ରନ୍‌ ଓ ତୋହ ଇ ୱିଙ୍କ ନିକଟରୁ ୧୯-୨୧, ୧୨-୨୧ରେ ପରାସ୍ତ ହୋଇଥିଲା ବେଳେ ମହିଳା ଯୁଗଳରେ ଶ୍ରୁତି ମିଶ୍ରଙ୍କୁ ସାଥୀ କରିଥିବା ତନିଷା ହଂକଂ ଯୋଡ଼ି ଏନ୍‌ଜି ସିଜ୍‌ ୟାଉ ଓ ସାଙ୍ଗ୍‌ ହିଓ ୟାନ୍‌ଙ୍କଠାରୁ ୧୬-୨୧, ୨୨-୨୦ ଓ ୧୮-୨୧ରେ ହାରିଯାଇଥିଲେ।

ସମ୍ବନ୍ଧିତ ଖବର