ଭୁବନେଶ୍ବର: ତାଇୱାନର ମିଆଓଲିରେ ରବିବାର ଉଦ୍ଯାପିତ ତାଇୱାନ ଅନ୍ତର୍ଜାତୀୟ ଗେଟବଲ୍ ପ୍ରତିଯୋଗିତାରେ ଭାରତୀୟ ଦଳ ବିଜେତା ହୋଇଛି। ଜାତୀୟ ବିଜେତା ହୋଇଥିବା ଓଡ଼ିଶା ଦଳର ସମସ୍ତ ଖେଳାଳି ଭାରତର ପ୍ରତିନିଧିତ୍ବ କରି ଏହି ସଫଳତା ଆଣିଛନ୍ତି। ସତୀଶ ପୃଷ୍ଟି, ରଂଜନ କୁମାର ପାତ୍ର, ବିଶ୍ବରଂଜନ ମିଶ୍ର, ଦ୍ବିପାୟନ ପଟ୍ଟନାୟକ, ନିରଂଜନ ମଙ୍ଗରାଜ ଏବଂ ପ୍ରବଂଧକ ସଂଜୀବ କୁମାର ପରିଡ଼ା ଏହି ଗସ୍ତ କରିଥିଲେ। ଦଳଗତ ବର୍ଗରେ ଭାରତୀୟ ଖେଳାଳି କ୍ବାର୍ଟରଫାଇନାଲ ପର୍ଯ୍ୟନ୍ତ ଭଲ େଖଳି ଅଟକିଯାଇଥିଲେ ମଧ୍ୟ ଟ୍ରିପଲ୍ ଇଭେଣ୍ଟରେ ପ୍ରଥମ ସ୍ଥାନ ଦଖଲ କରିଥିଲେ। ଏଥି ସହିତ ଭାରତ ମଧ୍ୟ ୬ ବର୍ଷ ପରେ ଏହି ଖେଳରେ ନିଜର ପ୍ରାଧାନ୍ୟ ଦେଖାଇଛି। ୨୦୧୦ରେ ବାଲି ଏବଂ ୨୦୧୨ରେ ଥାଇଲାଣ୍ଡରେ ଭାରତୀୟ ଦଳ ମଧ୍ୟ ବିଜେତା ମୁକୁଟ ପିନ୍ଧିଥିଲା। ଅକ୍ଟୋବର ୩୦ ତାରିଖରେ ଭୁବନେଶ୍ବର ପହଞ୍ଚୁୁଥିବା ଭାରତୀୟ ଦଳକୁ ଭବ୍ୟ ସ୍ବାଗତ ସମ୍ବର୍ଧନା ପ୍ରଦାନ କରାଯିବ। ଏହି ସଫଳତା ସହିତ ପୂର୍ବ ଭଳି ଭୁବନେଶ୍ବରରେ ଡିସେମ୍ବର ୨୨ରୁ ୨୩ ତାରିଖା ପର୍ଯ୍ୟନ୍ତ ଇଣ୍ଡିଆନ୍ ଓପନ୍ ଗେଟ୍ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଭାରତୀୟ ଗେଟବଲ୍ ୟୁନିଅନ୍ ଘୋଷଣା କରିଛି। ଚୀନ, ଅଷ୍ଟ୍ରେଲିଆ, ତାଇୱାନ, ମାକାଉ, ଜାପାନ, ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆ ଦଳ ଏଥିରେ ଭାଗନେବେ ବୋଲି ସୂଚନା ଦିଆଯାଇଛି।
ତାଇୱାନ ଅନ୍ତର୍ଜାତୀୟ ଗେଟବଲ୍, ରତକୁ ବିଜେତା କଲେ ଓଡ଼ିଆ
/sambad/media/post_attachments/wp-content/uploads/2018/10/111-Gateball.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)