ଜଗତପୁର ସାଗ୍‌ରେ ପ୍ରତିଭା ଅନେ୍ଵଷଣ

ଭୁବନେଶ୍ୱର: ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ଚଳିତ ମାର୍ଚ ୯ ଓ ୧୦ ତାରିଖରେ ଦୁଇ ଦିନ ଧରି କଟକ ଜଗତପୁରସ୍ଥିତ ସାଗ୍‌ ଜଳକ୍ରୀଡ଼ା କେନ୍ଦ୍ରଠାରେ ପ୍ରତିଭା ଅନେ୍ଵଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରୋଇଂ, ଜାୟାକିଂ ଏବଂ କାନୋଇଁର ରୁଚି ରଖୁଥିବା ଖେଳାଳି ନିମ୍ନଯୋଗ୍ୟତାକ୍ରମେ ଭାଗ ନେଇ ପାରିବେ। ଖେଳାଳିଙ୍କ ବୟସ ୧୨ରୁ ୧୪ ବର୍ଷ ଭିତରେ ହୋଇଥିବ। ବାଳିକା ବର୍ଗରେ ୧୨ ବର୍ଷ ପିଲାର ଉଚ୍ଚତା ୧୬୪ ସେଣ୍ଟିମିଟର୍‌, ୧୩ ବର୍ଷ ପାଇଁ ୧୬୮ ସେଣ୍ଟିମିଟର୍‌ ଏବଂ ୧୪ ବର୍ଷ ପାଇଁ ୧୬୯ ମିଟର୍‌ ରଖାଯାଇଛି। ବାଳକ ବର୍ଗ ପାଇଁ ୧୨ ବର୍ଷ ଲାଗି ୧୬୫, ୧୩ ବର୍ଷ ପାଇଁ ୧୬୮ ଏବଂ ୧୪ ବର୍ଷ ପାଇଁ ୧୭୧ ସେଣ୍ଟିମିଟର୍‌ ଧାର୍ଯ୍ୟ କରାଯାଇଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷତା ଲାଗି ବଡ଼ ସୁଯୋଗ ରଖୁଥିବା ଏହି ଖେଳରେ ଜୀବନ ଗଢ଼ିବା ଲାଗି ଆଗ୍ରହୀମାନେ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଓଡ଼ିଶା ରୋଇଂ ଆଣ୍ଡ୍‌ ସ୍କଲିଂ ସଂଘ ସଭାପତି ବିନୋଦ ଦାଶ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର