ଆଇଟା ଟ୍ୟାଲେଣ୍ଟ୍‌ ସିରିଜ୍‌: ସଂଗ୍ରାମ-ରାହୁଲ ବିଜେତା

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଟେନିସ୍‌ କମ୍ପ୍ଲେକ୍ସରେ ଚାଲିଥିବା ଆଇଟା-ଓଟା ଟ୍ୟାଲେଣ୍ଟ୍‌ ସିରିଜ୍‌ (୧୪ ଏବଂ ୧୬ ବର୍ଷରୁ କମ୍‌) ପ୍ରତିଯୋଗିତାର ୧୬ ବର୍ଷରୁ କମ୍‌ ବାଳକ ଯୁଗଳ ବର୍ଗରେ ଓଡ଼ିଆ ଯୋଡ଼ି ସଂଗ୍ରାମ ପାତ୍ର ଓ ରାହୁଲ ବେହେରା ବିଜେତା ହୋଇଛନ୍ତି। ଏହି ଓଡ଼ିଆ ଯୋଡ଼ି ଗୁରୁବାର ଫାଇନାଲ୍‌ରେ ୬-୦, ୫-୭, ୧୦-୭ ସେଟ୍‌ରେ ଓଡ଼ିଶା-ପଶ୍ଚିମବଙ୍ଗ ଯୋଡ଼ି ୟସରାଜ ନାୟକ ଓ ଅର୍ନବ ମନ୍ରାଲ୍‌ଙ୍କୁ ହରାଇଥିଲେ। ୧୪ ବର୍ଷରୁ କମ୍‌ ବାଳକ ଯୁଗଳରେ ଦେବବ୍ରତ ପ୍ରଧାନ ଓ ଷ୍ଟିଭାନ୍‌ ଅଙ୍କିତ ଏକ୍କା ୦-୬, ୦-୬ ସେଟ୍‌ରେ ପଶ୍ଚିମବଙ୍ଗର ରାହୁଲ ଚାଟାର୍ଜୀ ଓ ମହମ୍ମଦ ରାସଦୁଦ୍ଦିନ୍‌ଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲେ। ୧୬ ବର୍ଷରୁ କମ୍‌ ବାଳକ ଏକକ ସେମିଫାଇନାଲ୍‌ରେ ସଂଗ୍ରାମ କୁମାର ପାତ୍ର ୭-୬, ୬-୩ ସେଟ୍‌ରେ ପଶ୍ଚିମବଙ୍ଗର ପ୍ରିୟାଂଶୁ ସିଂହଙ୍କୁ ଏବଂ ବାଳିକା ଏକକରେ ସିମ୍ରନ ନେହା ଏକ୍କା ୬-୦, ୬-୩ ସେଟ୍‌ରେ ପଶ୍ଚିମବଙ୍ଗର ଓଇନ୍ଦ୍ରିଲା ସେନ୍‌ଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଛନ୍ତି। ୧୪ ବର୍ଷରୁ କମ୍‌ ବାଳକ ସେମିଫାଇନାଲ୍‌ରେ ୟଶରାଜ ନାୟକ ୬-୧, ୬-୧ ସେଟ୍‌ରେ ପଶ୍ଚିମବଙ୍ଗର ଅର୍ନବ ମନ୍ରାଲ୍‌ଙ୍କୁ ଏବଂ ବାଳିକାରେ ସୋହାନୀ ଏସ୍‌ ମହାନ୍ତି ୬-୧, ୭-୫ରେ ଅର୍ଚନା ସାହୁଙ୍କୁ ଓ ନେମା କିସ୍‌ପୋଟ୍ଟା ୫-୭, ୬-୪, ୬-୩ ସେଟ୍‌ରେ ପଶ୍ଚିମବଙ୍ଗର ଓଇନ୍ଦ୍ରିଲା ସେନ୍‌ଙ୍କୁ ପରାସ୍ତ କରି ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ।

ସମ୍ବନ୍ଧିତ ଖବର