ନୂଆଦିଲ୍ଲୀ: ଖେଳିବା ସମୟରେ ଶରୀର ପ୍ରଦର୍ଶନ ହେଉଥିବାରୁ ଆଫଗାନିସ୍ତାନ ମହିଳାମାନେ କ୍ରିକେଟ୍ ସମେତ ଅନ୍ୟାନ୍ୟ କ୍ରୀଡ଼ାରେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ବୁଧବାର ଦିନ ତାଲିବାନ୍ କହିଛି।
ତାଲିବାନ୍ ‘କଲ୍ଚୁରାଲ୍ କମିସନ୍’ର ଉପମୁଖ୍ୟ ଅହମ୍ମଦୁଲ୍ଲା ୱାସିକି ଗଣମାଧ୍ୟମକୁ କହିଛନ୍ତି ଯେ, ମହିଳାମାନଙ୍କ ପାଇଁ ଖେଳକୁଦ ଅନାବଶ୍ୟକ। ‘ଏସ୍ବିଏସ୍ ନିଉଜ୍’ ସହ ସାକ୍ଷାତ୍କାର ବେଳେ ଅହମ୍ମଦୁଲ୍ଲା ୱାସିକ୍ କହିଛନ୍ତି, ମହିଳାମାନଙ୍କୁ କ୍ରିକେଟ୍ ଖେଳିବା ପାଇଁ ଅନୁମତି ଦେବା କଥାକୁ ମୁଁ ଉଚିତ ମନେ କରୁନାହିଁ। ମହିଳାମାନେ କ୍ରିକେଟ୍ ଖେଳିବା ଅନାବଶ୍ୟକ। କ୍ରିକେଟ୍ ଖେଳିବା ବେଳେ ସେମାନଙ୍କର ମୁହଁ ଓ ଶରୀର ଆବୃତ କରି ନ ପାରିବା ଭଳି ପରିସ୍ଥିତି ଉପୁଜିପାରେ। ନାରୀମାନେ ଏ ଭଳି ଦିଶନ୍ତୁ ବୋଲି ଇସ୍ଲାମ୍ ଚାହେଁ ନାହିଁ। ଆଜିକାର ଗଣମାଧ୍ୟମ ଯୁଗରେ, ଏ ସବୁର ଫଟୋ ଓ ଭିଡିଓ ପ୍ରସାରଣ ହେବ ଓ ଲୋକେ ସେସବୁ ଦେଖିବେ। ତେଣୁ, କ୍ରିକେଟ୍ କିଂବା ଶରୀର ପ୍ରଦର୍ଶନ ହେଉଥିବା କୌଣସି ପ୍ରକାର ଖେଳରେ ନାରୀମାନଙ୍କର ଅଂଶ ଗ୍ରହଣକୁ ଇସ୍ଲାମ୍ ଏବଂ ଇସ୍ଲାମିକ୍ ଏମିରେଟ୍ ଅନୁମତି ଦେବ ନାହିଁ।
/sambad/media/post_attachments/wp-content/uploads/2021/09/af.jpeg)
ଏ ସପ୍ତାହ ପ୍ରାରମ୍ଭରେ ତାଲିବାନ୍ କହିଥିଲା କି, ଛାତ୍ରୀମାନଙ୍କୁ କେବଳ ଶିକ୍ଷୟିତ୍ରୀମାନେ ହିଁ ପଢ଼ାଇବେ। କିନ୍ତୁ, ତାହା ସମ୍ଭବପର ନ ହେବାରୁ ଉତ୍ତମ ଚରିତ୍ରବାନ୍ ‘ବୃଢ଼ା ଲୋକ’ଙ୍କୁ ଏଥିପାଇଁ ନିଯୁକ୍ତ କରାଗଲା।