ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ହକି ଇଣ୍ଡିଆ ଲିଗ୍‌ର ୧୨ତମ ଦିନରେ ଦୁଇଟି ମ୍ୟାଚ୍‌ ଖେଳାଯାଇଛି। ଆଜିର ମ୍ୟାଚ୍‌ରେ ଗୋଲ୍‌ ବର୍ଷା ଦେଖିବାକୁ ମିଳିଛି। ତାମିଲନାଡ଼ୁ ଡ୍ରାଗନ୍ସ ଓ ହାଇଦ୍ରାବାଦ ତୁଫାନ୍ସ ଏକତରଫାଭାବେ ନିଜ ନିଜ ମ୍ୟାଚ୍‌କୁ ଜିତିନେଇ ପଏଣ୍ଟ୍‌ ତାଲିକାର ଯଥାକ୍ରମେ ଦ୍ବିତୀୟ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।
Advertisment
ବୁଧବାର ଖେଳାଯାଇଥିବା ତାମିଲନାଡ଼ୁ ଡ୍ରାଗନ୍ସ ଓ ଟିମ୍‌ ଗୋନାସିକା ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉଭୟ ଦଳ ଉତ୍କର୍ଷ ପ୍ରଦର୍ଶନ ଅବ୍ୟାହତ ରଖିଥିଲେ। ମ୍ୟାଚ୍‌ର ତୃତୀୟ କ୍ବାର୍ଟର ପର୍ଯ୍ୟନ୍ତ ଗୋନାସିକା ୪-୩ ଗୋଲ୍‌ରେ ଆଗୁଆ ରହିଥିଲା।
publive-image

ତେବେ ଶେଷ କ୍ବାର୍ଟର୍‌ରେ ତାମିଲନାଡ଼ୁ ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନକରି ମ୍ୟାଚ୍‌କୁ ୬-୫ ଗୋଲ୍‌ରେ ଜିତି ନେଇଥିଲା। ଶେଷ କ୍ବାର୍ଟର୍‌ରେ ତାମିଲନାଡ଼ୁ ୩ଟି ଗୋଲ୍‌ ଦେଇଥିବାବେଳେ ଗୋନାସିକା ମଧ୍ୟ ଗୋଟିଏ ଗୋଲ୍‌ ଦେଇଥିଲା।

ଏହି ମ୍ୟାଚ୍‌ରେ ତାମିଲନାଡ଼ୁ ଡ୍ରାଗନ୍ସ ୯ଟି ଓ ଗୋନାସିକା ୮ଟି ପେନାଲ୍‌ଟି କର୍ଣ୍ଣର ସୁଯୋଗ ପାଇଥିଲେ। ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ହାଇଦ୍ରାବାଦ ତୁଫାନ୍ସ ୩-୦ ଗୋଲ୍‌ରେ ୟୁପି ରୁଦ୍ରାସ୍‌କୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ତୁଫାନ୍ସର ଦବ୍‌ଦବା ଦେଖିବାକୁ ମିଳିଥିଲା। ବିଜେତା ଦଳ ପକ୍ଷରୁ ଓଡ଼ିଆ ତାରକା ଶୀଳାନନ୍ଦ ଲାକ୍ରା(୩୨)ଙ୍କ ସମେତ ଜାଚେରୀ ୱାଲେସ(୬) ଓ ରାଜେନ୍ଦର ସିଂହ(୧୪) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ।