ଜୟପୁର, : ଚଳିତ ପ୍ରୋ କବାଡ଼ି ଲିଗ୍ରେ ମଙ୍ଗଳବାର ତାମିଲ ଥାଲାଇଭାସ ଏବଂ ଦବଙ୍ଗ ଦିଲ୍ଲୀ ବିଜୟୀ ହୋଇଛନ୍ତି। ଜୟପୁରରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଥାଲାଇଭାସ ୩୮-୩୫ରେ ୟୁ ମୁମ୍ବାକୁ ପରାସ୍ତ କରିଥିଲା। ଥାଲାଇଭାସ ପକ୍ଷରୁ ଅଜୟ ଠାକୁର ୧୬ ପଏଣ୍ଟ୍ ଏବଂ ୟୁ ମୁମ୍ବାର ଦର୍ଶନ କାଦିଆନ୍ ୭ ପଏଣ୍ଟ୍ ସ୍କୋର୍ କରିଥିଲେ। ଅନ୍ୟ ଏକ ମ୍ୟାଚ୍ରେ ଦବଙ୍ଗ ୩୫-୩୪ରେ ଜୟପୁର ପିଙ୍କ୍ ପାନ୍ଥର୍ସକୁ ହରାଇଥିଲା। ଦବଙ୍ଗର ମୀରାଜ ସେଖ୍ ଏବଂ ଆର୍ ଶ୍ରୀରାମ ୭ ପଏଣ୍ଟ୍ ଲେଖାଏଁ, ଜୟପୁର ପକ୍ଷରୁ ନୀତିନ ରାଉଲ ୧୪ ପଏଣ୍ଟ୍ ସ୍କୋର୍ କରିଥିଲେ।