ବୋଲିଂ କଲେ ଦ୍ରାବିଡ଼, ବ୍ୟାଟିଂ କଲେ ମୁଖ୍ୟମନ୍ତ୍ରୀ

ସାଲେମ(ତାମିଲନାଡୁ): ବୋଲିଂ କଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଓ ବ୍ୟାଟିଂ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପାଲାନିସ୍ୱାମୀ | ରବିବାର ଦିନ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା | ମିଳିଥିବା ସୂଚନା ମୁତାବକ ରବିବାର ଦିନ ତାମିଲନାଡୁର ସାଲେମରେ କ୍ରିକେଟ ଷ୍ଟାଡିୟମ ଉଦଘାଟନ କରିବାକୁ ରାହୁଲ ଦ୍ରାବିଡ଼ ଯାଇଥିଲେ | ସେଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ | ଏହି ସମୟରେ ଦ୍ରାବିଡ଼ ବୋଲିଂ କରିଥିଲେ ଓ ମୁଖ୍ୟମନ୍ତ୍ରୀ ବ୍ୟାଟ ଧରି ବ୍ୟାଟିଂ କରିଥିଲେ | ଦ୍ରାବିଡ଼ଙ୍କ ବଲକୁ ମୁଖ୍ୟମନ୍ତ୍ରୀ ଚଉକା ଛକାରେ ପରିଣତ କରିଥିଲେ |


ଏହି ସମୟରେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏନ ଶ୍ରୀନିବାସନ ଓ ତାମିଲନାଡୁ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ରୂପ ଗୁରୁନାଥ ମଧ୍ୟ ଉପସ୍ଥିତ ଥିଲେ | ଏହି ଷ୍ଟାଡିୟମଟି ଚେନ୍ନାଇ ସାଲେମ ଜାତୀୟ ରାଜପଥ ନିକଟରେ ନିର୍ମାଣ ହୋଇଥିବାବେଳେ ସାଲେମ ସହରଠାରୁ ୨୪ କିଲୋମିଟର ଦୂରରେ ରହିଛି |

ଦ୍ରାବିଡ଼ କହିଛନ୍ତି ଯେ ଭାରତୀୟ କ୍ରିକେଟ ଛୋଟ ସହରରେ ପ୍ରମୁଖ ଭୂମିକା ନିର୍ବାହ କରୁଛି କାରଣ ସେଠାରୁ ବହୁ ପ୍ରତିଭାଶାଳୀ ଖେଳାଳିମାନେ ଆସୁଛନ୍ତି | ଛୋଟ ସହର ମାନଙ୍କରେ ଯଦି ଖେଳାଳିଙ୍କୁ ଭଲ ସୁବିଧା ଦିଆଯିବ ତେବେ ନିଜ ଲକ୍ଷ୍ୟ ହାସଲ କରିବାକୁ ସାହାଯ୍ୟ ମିଳିବ |

ସମ୍ବନ୍ଧିତ ଖବର