ଟାମ୍ପେର (ଫିନ୍‌ଲାଣ୍ଡ): ଭାରତୀୟ ‌ଟେନିସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ଟାମ୍ପେର ଓପନ୍‌ର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶନିବାର ସେମିଫାଇନାଲ୍‌ରେ ସପ୍ତମ ମାନ୍ୟତାପ୍ରାପ୍ତ ସୁମିତ ୪-୬, ୬-୩, ୬-୨ ସେଟ୍‌ରେ ସ୍ପେନ୍‌ର ଡାନିଏଲ ରିନକନ୍‌ଙ୍କୁ ହରାଇଥିଲେ। ସୁମିତଙ୍କ ଏହା ପଞ୍ଚମ ଚାଲେଞ୍ଜର ଲେବଲ୍‌ର ଫାଇନାଲ୍‌ ଏବଂ ଚଳିତ ବର୍ଷର ଦ୍ବିତୀୟ। ଗତ ଏପ୍ରିଲରେ ସେ ଗାର୍ଡେନ ସପନ୍‌ ଜିତିଥିଲେ। ସୁମିତ ଫାଇନାଲ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଚେକ୍‌ଗଣରାଜ୍ୟର ଡାଲିବର ସ୍ବିର୍ସିନାଙ୍କୁ ଭେଟିବେ।