ତନ୍ମୟୀ, ପ୍ରଜ୍ଞାଙ୍କ ଅର୍ଦ୍ଧଶତକ, ଓଡ଼ିଶାର ଲଗାତାର ତୃତୀୟ ବିଜୟ

ମହିଳା ଆମନ୍ତ୍ରଣୀୟ ଦିନିକିଆ ଶୃଙ୍ଖଳା

କଟକ: ଭୁବନେଶ୍ବର ସେଞ୍ଚୁରିଆନ୍‌ ପଡ଼ିଆରେ ଚାଲିଥିବା ଆମନ୍ତ୍ରଣୀୟ ମହିଳା କ୍ରିକେଟ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ରେ ଓଡ଼ିଶା ୭୦ ରନ୍‌ରେ ଛତିଶଗଡ଼କୁ ହରାଇଛି। ଏଥି ସହିତ ୪ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ଆଗୁଆ ଜିତିନେଇଛି। ସୋମବାର ଟସ୍‌ ଜିତି ପ୍ରଥମେ ବ୍ୟାଟି˚ ନେଇଥିବା ଛତିଶଗଡ଼ ୪୧.୧ ଓଭରରେ ସମସ୍ତ ଵିକେଟ୍‌ ହରାଇ ୧୩୫ ରନ୍‌ କରିଥିଲା। ଐଶ୍ବର୍ଯ୍ୟା ସି˚ହ ସର୍ବାଧିକ ୪୧ ରନ୍‌ କରିଥିଲା ବେଳେ ଘରୋଇ ଦଳର ତରନା ପ୍ରଧାନ ୩, ରାଜଶ୍ରୀ ସ୍ବାଇଁ, ତନ୍ମୟୀ ବେହେରା, ମଧୁସ୍ମିତା ବେହେରା ପ୍ରତ୍ୟେକ ଦୁଇଟି ଲେଖାଏଁ ଵିକେଟ ନେଇଥିଲେ। ଜବାବରେ ଓଡ଼ିଶା ନିର୍ଧାରିତ ଓଭର ସୁଦ୍ଧା ୩ ଵିକେଟ ବିନିମୟରେ ୨୦୫ ରନ୍‌ ସ˚ଗ୍ରହ କରିବା ସହ ୭୦ ରନ୍‌ର ଅଗ୍ରଣୀ ପାଇ ବିଜୟୀ ହୋଇଥିଲା। ତନ୍ମୟୀ ବେହେରା ୭୦*, ପ୍ରଜ୍ଞା ମହାନ୍ତି ୫୦, କାଜଲ ଜେନା ୪୭ ରନ୍‌ର ପାଳି ଖେଳି ଦଳକୁ ଜିତାଇଥିଲେ। ମଙ୍ଗଳବାର ଶୃଙ୍ଖଳାର ଶେଷ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର