ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ୬୧୩୮.୧୦ କୋଟି ଟଙ୍କାରେ ଷ୍ଟାର ଇଣ୍ଡିଆକୁ ନିଜର ମିଡିଆ ରାଇଟସ୍‌ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ବିକ୍ରି କରିଛି। ଏହି ଆଧାରରେ ଷ୍ଟାର ଇଣ୍ଡିଆକୁ ୬୦.୧ କୋଟି ଟଙ୍କା ପ୍ରତି ମ୍ୟାଚ ହିସାବରେ ଦେବାକୁ ପଡ଼ିବ। ଏହି ମୂଲ୍ୟ ଆଇପିଏଲ୍‌ର ଏକ ମ୍ୟାଚ୍‌ ଠାରୁ ମଧ୍ୟ ଅଧିକ।

Advertisment

ଏହା ପୂର୍ବରୁ ବିସିସିଆଇ ଷ୍ଟାର ଇଣ୍ଡିଆକୁ ଆଇପିଏଲର ପ୍ରତ୍ୟେକ ମ୍ୟାଚ୍‌ ପାଇଁ ୫୪.୫୦ କୋଟି ହିସାବରେ ନିଜର ମିଡିଆ ରାଇଟସ୍‌ ବିକ୍ରି କରିଥିଲା। ଏଥର ବିସିସିଆଇ ଆଇପିଏଲ ଠାରୁ ମଧ୍ୟ ନିଜର ଅଧିକାର ଷ୍ଟାର ଇଣ୍ଡିଆକୁ ବିକ୍ରି କରିଛି। ଷ୍ଟାର ଇଣ୍ଡିଆ ଭାରତରେ ୧୦୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ର ପ୍ରସାରଣ କରିବ। ଭାରତ ୨୨ଟି ଟେଷ୍ଟ, ୪୫ଟି ଦିନିକିଆ ଓ ୩୫ଟି ଟି-୨୦ ମ୍ୟାଚ୍‌ର ଆୟୋଜନ କରିବ। ଏଥିରେ ପାକିସ୍ତାନ ଓ ଆୟାରଲାଣ୍ଡର ମ୍ୟାଚ ବି ସାମିଲ ରହିଛି। ଭାରତ ୨୦୧୮-୧୯ରେ ଘରୋଇ ମାଟିରେ ୧୮ଟି ମ୍ୟାଚ, ୨୦୧୯-୨୦ରେ ୨୬ଟି ମ୍ୟାଚ୍‌, ୨୦୨୦-୨୧ରେ ୧୪ଟି ମ୍ୟାଚ୍‌, ୨୦୨୧-୨୨ରେ ୨୩ଟି ମ୍ୟାଚ୍‌ ଓ ୨୦୨୨-୨୩ରେ ୨୧ଟି ମ୍ୟାଚ୍‌ ଖେଳିବ। ଏହି ଅଧିକାରରେ ଭାରତୀୟ ପୁରୁଷ ଓ ମହିଳା ଅନ୍ତର୍ଜାତୀୟ ମ୍ୟାଚ୍‌ ସାମିଲ ଅଛି।

ଭାରତରେ ଏପ୍ରିଲ ୧୫ରୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିସିସିଆଇ ଦ୍ୱାରା ଅନ୍ତର୍ଜାତୀୟ ମ୍ୟାଚ୍‌ ଅନ୍ତର୍ଜାତୀୟ ଟେଲିଭିଜନ ଓ ଡିଜିଟାଲ ଅଧିକାର ସାମିଲ ଅଛି। ବୋର୍ଡ ଗତ ବର୍ଷ ସେପ୍ଟେମ୍ବରରେ ଆଇପିଏଲର ଟିଭି ଓ ଡିଜିଟାଲ ଅଧିକାର ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ୧୬,୩୪୭.୫ କୋଟି ଟଙ୍କାରେ ଷ୍ଟାର ଇଣ୍ଡିଆକୁ ବିକ୍ରି କରିଥିଲେ।